କଟକ: ପାରିବାରିକ ଅଦାଲତରୁ ବାହାରିଲେ ଅନୁଭବ ମହାନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ମଙ୍ଗଳରେ ରଖନ୍ତୁ । ବର୍ଷା ଭଲରେ ରୁହନ୍ତୁ ଆଉ ଖୁସିରେ ମଧ୍ୟ ରୁହନ୍ତୁ ବୋଲି କହିଛନ୍ତି ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ । ସେ ମଧ୍ୟ କହିଛନ୍ତି ବର୍ଷା ଭଲ ଭାବେ ଜାଣିଛନ୍ତି କେମିତି ଆଭଏଡ (ଅଣଦେଖା) କରନ୍ତି । ତାଙ୍କ ଇନଟେନସନ ମଧ୍ୟ ଜଣାପଡୁଛି । ଖୁବ୍ ଶୀଘ୍ର ସାମ୍ୱାଦିକ ସମ୍ମିଳନୀ କରିବି ବୋଲି କହିଛନ୍ତି ଅନୁଭବ ।
ସେ ମଧ୍ୟ କହିଛନ୍ତି ମୋର ସମ୍ମାନ ତାଙ୍କ ପ୍ରତି ଏବେବି କମି ନାହିଁ । ଯାହା ବି କେସ ଚାଲିଛି ବର୍ଷା ଓ ତାଙ୍କ ଓକିଲ କୋର୍ଟଙ୍କୁ ସମ୍ମାନ ଦେଲେ ଭଲ ହେବ । ଲୋକଙ୍କ ସାମ୍ନାରେ ଗୋଟେ କଥା ଓ ଭିତରେ ଆଉ କିଛି ରଖିଲେ ଏହା ହତାଶ ଜନକ ହେବ । ବର୍ଷାଙ୍କୁ ଭଲପାଇ ବାହା ହେଇ ଥିଲି । ତାଙ୍କ ଠାରୁ ଏହା ଆଶା କରୁନାହିଁ । ଯଦି ଏଭଳି ଆଗକୁ ଚାଲେ ପ୍ରେମ ଉପରୁ ସାରା ଜୀବନ ମୋର ଭରସା ଉଠିଯିବ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ