କଟକ: କଟକରେ କାଳୀପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି । ଦୁର୍ଗାପୂଜା ବଳି ଏଥର ସାମୁହିକ ପୂଜା ପାଳନ ଉପରେ ସମ୍ପୁର୍ଣ୍ଣ କଟକଣା ଜାରି କରାଯାଇଛି । ସମସ୍ତ ମୂର୍ତ୍ତିର ଉଚ୍ଚତା ୪ ଫୁଟ କିମ୍ବା ତାହାଠାରୁ କମ ହେବାକୁ ଥିବାବେଳେ ସମସ୍ତ ପୂଜା ମଣ୍ଡପକୁ ଆବଦ୍ଧ କରାଯାଇ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ । ସେହିପରି ପୂଜା ମଣ୍ଡପରେ ସର୍ବାଧିକ 7 ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ।
ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ପାଇଁ କୌଣସି ଅନୁଷ୍ଠାନକୁ ଅନୁମତି ଦିଆଯିବ ନାହିଁ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି। ସହରରେ ୧୧ ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇ ବିସର୍ଜନ କରାଯିବ। ତେବେ ସହରରେ ୧୫ ପ୍ଲାଟୁନ ପୋଲିସ ଓ ୫୦ ଅଫିସର ମୂତୟନ କରାଯିବ ବୋଲି କଟକ ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କଟକରୁ ନାରାୟଣ ସାହୁ , ଇଟିଭି ଭାରତ