ETV Bharat / city

ନିଆରା ବିଦ୍ୟାଧରପୁର କାଳୀ ପୂଜା, ଆବାହନରୁ ବିସର୍ଜନ ରହିଛି ସ୍ବତନ୍ତ୍ରତା

author img

By

Published : Nov 4, 2021, 2:06 PM IST

ଆଜି ଆଲୋକର ପର୍ବ ଦୀପାବଳୀ । ଏହି ଦିନ ଧରାପୃଷ୍ଠରେ ଧରାବତରଣ କରନ୍ତି ମା'କାଳୀ । ଏ ନେଇ ଚଳଚଞ୍ଚଳ ହୋଇଛି ସିଲଭର ସିଟି କଟକ । ସହରରେ 65 ରୁ 70 ମଣ୍ଡପରେ କାଳୀ ପୂଜା ହୋଇଥାଏ । ଅଧିକ ପଢନ୍ତୁ...

ବିଦ୍ୟାଧରପୁର କାଳୀ ପୂଜାର ରହିଛି ସ୍ବତନ୍ତ୍ରତା

କଟକ: ଆଜ ଆଲୋକର ପର୍ବ ଦୀପାବଳୀ । ଏହି ଦିନ ଧରାପୃଷ୍ଠରେ ଧରାବତରଣ କରନ୍ତି ମା'କାଳୀ । ଏ ନେଇ ଚଳଚଞ୍ଚଳ ହୋଇଛି ସିଲଭର ସିଟି କଟକ । ସହରରେ 65 ରୁ 70 ମଣ୍ଡପରେ କାଳୀ ପୂଜା ହୋଇଥାଏ । ଐତିହାସିକ ଵିଦ୍ୟାଧରପୁର କାଳୀପୂଜା ଟିକେ ନିଆରା । ପୂଜା ଆରମ୍ଭରୁ ଶେଷ ଯାଏ ରହିଛି ସ୍ବତନ୍ତ୍ରତା ।

ବିଦ୍ୟାଧରପୁର କାଳୀ ପୂଜା ଇତିହାସ

ଵିଦ୍ୟାଧରପୁରରେ ୨୮ଟି ମଣ୍ଡପରେ ହୋଇଥାଏ ପୂଜା । ବେଶ ଜାକଯମକରେ ପୂଜା ପାଇଥାନ୍ତି ମାଆ କାଳୀ । ହେଲେ କୋଭିଡ କଟକଣା ଯୋଗୁଁ ଏଥର ଏତେଟା ଉତ୍ସାହ ନାହିଁ । ମାତ୍ର ପାରମ୍ପରିକ ଢଙ୍ଗରେ ମାଆଙ୍କ ପୂଜା ପାଇଁ ସଵୁ ପ୍ରକାର ପ୍ରସ୍ତୁତ ପକ୍ରିୟା ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ମାଆଙ୍କ ସମସ୍ତ କାମ ଶେଷ ହୋଇ ଆଜି ଲାଗି ହେଉଛି ବିଭିନ୍ନ ରଙ୍ଗ । ମାଆଙ୍କ ଶରୀର କଳା ରଙ୍ଗରେ ଆଭୂଷିତ ହେଉଥିଲା ବେଳେ ଅନ୍ୟ ଚଣ୍ଡୀ ଚାମେଣ୍ଡାଙ୍କୁ ରୂପ ଦେବାରେ ଲାଗିପଡିଛନ୍ତି ମୂର୍ତ୍ତି କାରିଗର। କଟକ ଵିଦ୍ୟାଧରପୁର କାଳୀପୂଜାର ଇତିହାସ ଵେଶ୍ ପୁରୁଣା । ୧୫୦୦ ମସିହାରେ ଏହି ସ୍ଥାନରେ ପ୍ରଥମେ ଜଣେ ଵଙ୍ଗୀୟ ପରିଵାର ନିଜର ଭକ୍ତି ଓ ବିଶ୍ୱାସ ମଧ୍ୟରେ ମା'କାଳୀଙ୍କ ପୂଜା ଆରମ୍ଭ କରିଥିଲେ । ସେହି ଦିନଠୁ ସେଠି ପୂଜା ପାଇ ଆସୁଛନ୍ତି ମା' ।

ବଙ୍ଗୀୟ ପରିବାର ଵିଦ୍ୟାଧରପୁରରେ ସ୍ଥାୟୀ ଭାଵେ ରହିଵା ପରେ ସେମାନେ ହିଁ ପ୍ରଥମେ କାଳୀପୂଜା ଆରମ୍ଭ କରିଥିଲେ । ପୀଠ ପ୍ରତିଷ୍ଠା କରି ଏଠାରେ କାଳୀପୂଜା ଆରମ୍ଭ ହୋଇଥିଲା । ପରେ କାଳୀପୂଜା ଅଵସରରେ ମୃଣ୍ମୟ ମୂର୍ତ୍ତି କରି ସାର୍ଵଜନୀନ କାଳୀପୂଜା ଆରମ୍ଭ କରିଥିଲେ ଵିଦ୍ୟାଧରପୁରବାସୀ । ସବୁଠି ଗୋଟିଏ ଦିନରେ ପୂଜା ଓ ବିସର୍ଜନ ହୋଇଥାଏ ହେଲେ ଏହି ସ୍ଥାନରେ ମାଆଙ୍କ ପୂଜା 4 ଦିନ ହୁଏ । ଆଉ ଏହାପରେ ମାଆଙ୍କୁ କାନ୍ଧରେ ନେଇ ମେଲାଣି ଦେଇଥାନ୍ତି ଶ୍ରଦ୍ଧାଳୁ । କୁହାଯାଏ ଯିଏ ମାଆଙ୍କୁ କାନ୍ଧ ଦିଏ ସେ 100 ଜନ୍ମର ପୁଣ୍ୟ ଲାଭ କରିଥାଏ ।

ତେବେ ଚଳିତବର୍ଷ କୋଭିଡ କଟକଣା ମାନି ପୂଜା କରାଯିବ । ପରଦା ମଧ୍ୟରେ ରହିବେ ପୂଜା ପାଇବେ ମା' କାଳୀ । ପ୍ରଶାସନ କଟକଣା ଅନୁସାରେ ଚଳିତ ଵର୍ଷ ଛୋଟ ମୂର୍ତ୍ତି କରି ପୂଜା କରିବା ପାଇଁ ନିୟମ ହୋଇଛି । ସମସ୍ତ ପ୍ରସ୍ତୁତି କାମ ଶେଷ ପର୍ଯ୍ୟାୟରେ । ଆଜି(ଗୁରୁବାର) ମଧ୍ୟ ରାତ୍ରରୁ ଆରମ୍ଭ ହେବ ମାଆଙ୍କ ପୂଜା । ସମସ୍ତ ନୀତିକାନ୍ତି ମଧ୍ୟରେ ମାଆଙ୍କୁ ପୂଜାର୍ଚ୍ଚନା କରାଯିବ । ପୂଜାକୁ ନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ପୂଜାଠୁ ନେଇ ମେଲାଣି ସବୁ ଦିଗରେ ନିୟମ କଡାକଡି ଭାବରେ ପାଳନ ହେବ । ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସହିତ ପ୍ଲାଟୁନ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.