କଟକ/ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡା OMVD ASI । ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ASI ହରେକୃଷ୍ଣ ନାୟକଙ୍କ ଘରେ ରେଡ଼ କରିଛି ଭିଜିଲାନ୍ସ । ଝାରସୁଗୁଡା, କଟକ, ପୁରୀ, ବ୍ରହ୍ମପୁରର ମୋଟ 6 ଟି ସ୍ଥାନରେ ରେଡ଼ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ଼ ଜାରି ।
ହରେକୃଷ୍ଣଙ୍କ ଝାରସୁଗୁଡା ସ୍ଥିତ ଭଡାଘର, ଝାରସୁଗୁଡା ସ୍ଥିତି ଆରଟିଓ କାର୍ଯ୍ୟାଳୟ, କଟକ, ପୁରୀ ଏବଂ ଗଞ୍ଜାମ ସ୍ଥିତ ତାଙ୍କ ଘର ଏବଂ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯଇଛି l ଏପର୍ଯ୍ୟନ୍ତ 4 ଲକ୍ଷ 46 ହଜାର ଟଙ୍କା ଏଏସଆଇ ହରେକୃଷ୍ଣ ନାୟକଙ୍କ ଘରୁ ଠାବ କରିଛି ଭିଜିଲାନ୍ସ ବିଭାଗ l ଅନ୍ୟପଟେ କଟକ, ପୁରୀ, ବ୍ରହ୍ମପୁର ଆଦି ସ୍ଥାନରେ ଦୁଇ ମହଲା କୋଠା ରହିଥିଵା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି l ଏହି ଚଢାଉରେ ୩ ଜଣ DSP, ୧୦ଜଣ ଇନିସପେକ୍ଟର ଏବଂ ଅନ୍ୟାନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ ଓ ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ