ETV Bharat / city

ସିଲଭର ସିଟିରେ ଧୁମଧାମରେ ଇଦ-ମିଲାଦୁନ-ନବି ପାଳିତ

ସିଲଭର ସିଟିରେ ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବେଶ ଧୁମଧାମରେ ପାଳନ କରିଛନ୍ତି ଇସଲାମ ଧର୍ମାଲମ୍ବୀମାନେ । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ କଟକ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇଛି । ଅଧିକ ପଢନ୍ତୁ

author img

By

Published : Oct 9, 2022, 1:20 PM IST

Updated : Oct 9, 2022, 2:22 PM IST

eid miladun navi celebreted in cuttack
ସିଲଭର ସିଟିରେ ଧୁମଧାମରେ ଇଦ-ମିଲାଦୁନ-ନବି ପାଳିତ

କଟକ: ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଆଜି ପବିତ୍ର ଜନ୍ମ ଜୟନ୍ତୀ । ଏହି ଅବସରରେ ଭାଇଚାରାର ସହର ସିଲଭର ସିଟି କଟକରେ ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବେଶ ଧୁମଧାମରେ ପାଳନ କରିଛନ୍ତି ଇସଲାମ ଧର୍ମାବଲମ୍ବୀମାନେ । ଏହିଦିନ ଠାରୁ ଇସଲାମ ଧର୍ମର ପ୍ରତିଷ୍ଠା ହୋଇଥିବା ବିଶ୍ଵାସ କରାଯାଏ । ତେଣୁ ଏହି ଦିନକୁ ଚିରସ୍ମରଣୀୟ କରିବା ସହ ମହାପୁରୁଷ ମହମ୍ମଦଙ୍କ ବାଣୀକୁ ଅନୁସରଣ କରିବା ପାଇଁ ଏହି ଦିନକୁ 'ଇଦ-ମିଲାଦୁନ-ନବି' ଭାବେ ଇସଲାମ ଧର୍ମାବଲମ୍ବୀମାନେ ପାଳନ କରିଥାନ୍ତି । ସହରରେ ଥିବା ସମସ୍ତ ମୁସଲମାନ ସମ୍ପ୍ରଦାୟ ବିଶାଳ ଶୋଭା ଯାତ୍ରାରେ ବାହାରି କଟକ ସହର ପରିକ୍ରମା କରିଛନ୍ତି ।

ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟ ଅନୁସାରେ ଶୋଭାଯାତ୍ରା ଗୁଡ଼ିକ କଦମ ଏ ରସୁଲ ଠାରେ ପହଞ୍ଚିଥିଲା । ସେଠାରେ ବିଶ୍ୱ ଶାନ୍ତି ନିମନ୍ତେ ସମୂହ ନମାଜ୍ ପାଠ କରାଯାଇଥିଲା । ତେବେ ଏହି ଜୁଲୁସ ଦଶହରାର ଦୁଇଦିନ ପରେ ପଡୁଥିବାରୁ ସର୍ବ ଦଳୀୟ ଓ ଭାଇଚାର ଆଧାରରେ ପାଳିତ ହୋଇଛି । ଅନ୍ୟ ପଟେ ଜୁଲୁସ୍ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଜୋବ୍ରା, ବକ୍ସି ବଜାର, କଲେଜ ଛକ, ସୂତାହାଟ, ଗୌରୀ ଶଙ୍କର ପାର୍କ, ସମେତ କଟକର ପ୍ରମୁଖ ଛକ ମାନଙ୍କରେ ପୋଲିସ ମୁତୟନ ରହିଛନ୍ତି । ଯାହାଦ୍ବାରା ଏହି ବିଶାଳ ଶୋଭା ଯାତ୍ରା ସୁରୁଖୁରରେ ଚାଲିଥିବା ନେଇ କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଏହା ବି ପଢନ୍ତୁ...Kumar Purnima 2022: ବର ପାଇଁ ଚାନ୍ଦ ପୂଜିବେ କୁମାରୀ

ସୁସଜ୍ଜିତ ଆଲୋକମାଳା ସହ ଉତ୍ସବମୁଖର ହୋଇଉଠିଛି ସମଗ୍ର ସିଲଭର ସିଟି । ଅନେକ ସୁସଜ୍ଜିତ ତୋରଣ ଗାଡିରେ ପଛକୁ ପଛ ଧାଡି ଲଗାଇ ଶୋଭାଯାତ୍ରାରେ ବାହାରିଛନ୍ତି । ହଜାର ହଜାର ମୁସଲିମ ସମ୍ପ୍ରଦାୟ ରାଜରାସ୍ତାରେ ଇଦ-ମିଲାଦୁନ-ନବି ପାଳନ କରିଛନ୍ତି । ସବୁ ସମ୍ପ୍ରଦାୟ ମିଳିତ ଭାବରେ ଭାଇଚାରାର ପରମ୍ପରା ଓ ମହମ୍ମହଙ୍କ ବାର୍ତ୍ତା ନେଇ ଏହାକୁ ବଜାୟ ରଖିବାକୁ କହିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

ଇଟିଭି ଭାରତ, କଟକ

Last Updated : Oct 9, 2022, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.