ETV Bharat / city

Panchayat Poll: ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ

author img

By

Published : Feb 21, 2022, 7:21 PM IST

ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ । ଏକଥା ଆମେ କହୁନାହୁଁ ବରଂ ଏକଥା କହିଛନ୍ତି ଜଣେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ । ଅଧିକ ପଢନ୍ତୁ

Panchayat Poll: ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ
Panchayat Poll: ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ

କଟକ: ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ । ଏକଥା ଆମେ କହୁନାହୁଁ ବରଂ ଏକଥା କହିଛନ୍ତି ଜଣେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ । ତେବେ ଆଠଗଡ଼ କଣ୍ଡରେଇ ପଞ୍ଚାୟତରେ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ବିଜୁ ଜନତା ଦଳର ହୋଇଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଲଢେଇ ହେଉଛି ।

ଅନ୍ୟପଟେ ସରକାରଙ୍କ ବିକାଶର ମୁଦ୍ଦାକୁ ନେଇ ଲୋକଙ୍କ ସମର୍ଥନ ପାଇଁ ଲାଗି ପଡିଛନ୍ତି ଉଭୟ ପ୍ରାର୍ଥୀ । ସବୁଠାରୁ ବଡ଼ କଥା ହେଉଛି ଜଣେ ପ୍ରାର୍ଥୀ କହିଛନ୍ତି ଯେ, ଆଠଗଡ଼ ବିଜେଡିରେ ନାହାଁନ୍ତି ବରଂ ସେ ରାଜ୍ୟ ବିଜେଡିରେ ଅଛନ୍ତି । ବିଜେଡି ପାଇଁ ସେ କାମ କରୁଛନ୍ତି ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ।

ତେବେ ସେ ଏହି ଅଞ୍ଚଳରେ ୩ ଥର ସରପଞ୍ଚ ଭାବରେ ବିଜୟୀ ହୋଇଛନ୍ତି । ଏଥର ନିଶ୍ଚୟ ବିଜୟୀ ହେବେ ବୋଲି ସେ ଆଶାବାଦୀ ଅଛନ୍ତି । ଅନ୍ୟପଟେ ଗୋଷ୍ଠୀ କନ୍ଦଳ ଘଟଣାକୁ ପ୍ରତ୍ୟକ୍ଷ ଭାବରେ ନହେଲେ ବି ପରୋକ୍ଷରେ ସ୍ୱୀକାର କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।

ଗତ ନିର୍ବାଚନରେ ମଧ୍ୟ ଗୋଟିଏ ପଦ ପାଇଁ ଦଳରୁ ୪ରୁ ୫ ଜଣଙ୍କ ମଧ୍ୟରେ ନିର୍ବାଚନ କରାଯାଉଥିଲା । ତେବେ ସେମାନେ ନିଜ ନିଜ ସ୍ଥାନରେ ସଙ୍ଗଠିତ କରିବାରୁ ଏଭଳି ସ୍ଥିତି ଉପୁଜି ଥିବା ସାଂସଦ କହିଛନ୍ତି । ତେବେ ଜିଲ୍ଲା ପରିଷଦ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ରହିଥିବା ବେଳେ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସାଂସଦ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.