ETV Bharat / city

କମିଶନରେଟ ପୋଲିସ ହାତରେ ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗ - କମିଶନରେଟ ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ

ପୋଲିସ ହାତରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ । ବନ୍ଧୁକ ମୁନରେ ଲୁଟ କରୁଥିଲେ ବାଇକ ଓ ଅନ୍ୟାନ୍ୟ ଜିନିଷ । ଅଧିକ ପଢନ୍ତୁ

inter district bike rubbery gang arrested cuttack police
କମିଶନରେଟ ପୋଲିସ ହାତରେ ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗ
author img

By

Published : Feb 1, 2022, 9:44 PM IST

କଟକ: ପୋଲିସ ହାତରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ । ବନ୍ଧୁକ ମୁନରେ ଲୁଟ କରୁଥିଲେ ବାଇକ ଓ ଅନ୍ୟାନ୍ୟ ଜିନିଷ । ଥାନାରେ ମାମଲା ପରେ ଦରଘା ବଜାର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଗତକାଲି ଅପରାହ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ଥିବା ଗୌରୀ ଶଙ୍କର ପାର୍କ ପଛ ରାସ୍ତାରେ ବାଇକ ଆରୋହୀ ଅବଦୁଲ ଫୟାଜଉଦିନ ଛିଡା ହୋଇଥିଲାବେଳେ ହଠାତ ଗୋଟିଏ ବାଇକରେ 3 ଜଣ ଦୁର୍ବୃତ୍ତ ଆସି ଫୟାଜଉଦିନଙ୍କୁ ବନ୍ଧୁକ ଦେଖାଇ ବାଇକ ମାଗିଥିଲେ । ମାତ୍ର ସେ ମନା କରିବାରୁ ତାଙ୍କୁ ହତ୍ୟା ଧମକ ଦେଇଥିଲେ ଦୁର୍ବୃତ୍ତ । ଶେଷରେ ଜୋର ଜବରଦସ୍ତ ବାଇକକୁ ନେଇ ଫେରାର ହୋଇ ଯାଇଥିଲେ ଡକାୟତ ।

କମିଶନରେଟ ପୋଲିସ ହାତରେ ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗ

ଏହାପରେ ଅବଦୁଲ ଏନେଇ ଦରଘା ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଆଜି ଏହି ଡକାୟତ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତଙ୍କ ପାଖରୁ ଦୁଇଟି ବାଇକ, ଦୁଇଟି ବନ୍ଧୁକ ଓ କିଛି ଅଫୁଟା ଗୁଳି ମଧ୍ୟ ଜବତ କରିଛି ପୋଲିସ । ଆଉ ଜଣେ ଅଭିଯୁକ୍ତ ଫେରାର୍ ଥିବା ବେଳେ ପୋଲିସ ତାକୁ ଧରିବା ଲାଗି ସ୍ବତନ୍ତ୍ର ରଣନୀତି କରୁଛି । ଏହି ଦୁଇ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନରେ ରହିଛି 30ରୁ ଊର୍ଦ୍ଧ୍ବ ମାମଲା ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଗ୍ୟାଙ୍ଗ ସକ୍ରିୟ ରହିଥିଲା । ସେହିପରି ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.