ETV Bharat / city

Ind vs SA 2nd T20: ବାରବାଟୀରେ ପ୍ରୋଟିଆଜ୍‌ଙ୍କୁ ୧୪୯ ରନ୍‌ ଟାର୍ଗେଟ ଦେଲା ଭାରତ

author img

By

Published : Jun 12, 2022, 8:52 PM IST

ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୪୯ ରନ୍‌ ଟାର୍ଗେଟ ଦେଇଛି ଭାରତ । ଟସ୍‌ ଜିତି ପ୍ରଥମେ ଭାରତୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦକ୍ଷିଣ ଆଫ୍ରିକା । ଅଧିକ ପଢ଼ନ୍ତୁ

Ind vs SA 2nd T20: ବାରବାଟୀରେ ପ୍ରୋଟିଆଜ୍‌ଙ୍କୁ ୧୪୯ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରକ

କଟକ: ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୪୯ ରନ୍‌ ଟାର୍ଗେଟ ଦେଇଛି ଭାରତ । ଟସ୍‌ ଜିତି ପ୍ରଥମେ ଭାରତୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଥିବା ଭାରତ ଇନିଂସ ଆରମ୍ଭରୁ ୱିକେଟ ହରାଇଥିଲା ।

Innings Break!#TeamIndia post a total of 148/6 on the board.

Scorecard - https://t.co/pkuUUB966c #INDvSA @Paytm pic.twitter.com/fT893ErgVe

— BCCI (@BCCI) June 12, 2022

ପ୍ରଥମ ଓଭରର ପଞ୍ଚମ ବଲ୍‌ରେ ହିଁ ଓପନର ଋତୁରାଜ ଗାୟଗୱାଡ ରବାଡାଙ୍କ ବଲ୍‌ରେ ଆଉଟ ହୋଇଥିଲେ । ଏହାପରେ ଶ୍ରେୟସ ଆୟର ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଶ୍ରେୟସ ଆୟରଙ୍କ ଭାଗିଦାରୀରେ ଇଶାନ କିଷନ ଆଜି ମଧ୍ୟ ବଡ଼ ସଟ୍‌ ଖେଳିବା ଆରମ୍ଭ କରିଥିଲେ । ତେବେ ନୋର୍କିଆଙ୍କ ବାଉନ୍ସରରେ ସେ ଆଉଟ ହୋଇଥିଲେ । ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧି ୩୫ଟି ବଲ୍‌ରୁ ୪୦ ରନ୍‌ କରିଛନ୍ତି । ତାଙ୍କ ପଛକୁ ଦୀନେଶ କାର୍ତ୍ତିକ ଶେଷ ବେଳକୁ ବଡ଼ ସଟ୍‌ ଖେଳି ୨୧ଟି ବଲ୍‌ରୁ ୩୦ ରନ୍‌ ହିଁ କରି ପାରିଥିଲେ । ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରି ପାରିନଥିଲେ ।

ସେପଟେ ଦକ୍ଷିଣ ଆଫ୍ରିକାର ଶୃଙ୍ଖଳିତ ବୋଲିଂ ଆଗରେ ହତାଶ ହୋଇ ପଡ଼ିଥିଲେ ଭାରତୀୟ ବ୍ୟାଟର । ଦଳ ପକ୍ଷରୁ ଏନରିକ୍‌ ନୋର୍କିଆ ସର୍ବାଧିକ ଦୁଇଟି ନେଇଛନ୍ତି । ଡ୍ବେନ୍‌ ପ୍ରିଟୋରିଅସ ସର୍ବାଧିକ ରନ୍‌ ଖର୍ଚ୍ଚ କରିଛନ୍ତି । ରବାଡା, ପାର୍ନେଲ, ପ୍ରିଟୋରିଅସ ଓ ମହାରାଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

କଟକ: ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୪୯ ରନ୍‌ ଟାର୍ଗେଟ ଦେଇଛି ଭାରତ । ଟସ୍‌ ଜିତି ପ୍ରଥମେ ଭାରତୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଥିବା ଭାରତ ଇନିଂସ ଆରମ୍ଭରୁ ୱିକେଟ ହରାଇଥିଲା ।

ପ୍ରଥମ ଓଭରର ପଞ୍ଚମ ବଲ୍‌ରେ ହିଁ ଓପନର ଋତୁରାଜ ଗାୟଗୱାଡ ରବାଡାଙ୍କ ବଲ୍‌ରେ ଆଉଟ ହୋଇଥିଲେ । ଏହାପରେ ଶ୍ରେୟସ ଆୟର ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଶ୍ରେୟସ ଆୟରଙ୍କ ଭାଗିଦାରୀରେ ଇଶାନ କିଷନ ଆଜି ମଧ୍ୟ ବଡ଼ ସଟ୍‌ ଖେଳିବା ଆରମ୍ଭ କରିଥିଲେ । ତେବେ ନୋର୍କିଆଙ୍କ ବାଉନ୍ସରରେ ସେ ଆଉଟ ହୋଇଥିଲେ । ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧି ୩୫ଟି ବଲ୍‌ରୁ ୪୦ ରନ୍‌ କରିଛନ୍ତି । ତାଙ୍କ ପଛକୁ ଦୀନେଶ କାର୍ତ୍ତିକ ଶେଷ ବେଳକୁ ବଡ଼ ସଟ୍‌ ଖେଳି ୨୧ଟି ବଲ୍‌ରୁ ୩୦ ରନ୍‌ ହିଁ କରି ପାରିଥିଲେ । ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରି ପାରିନଥିଲେ ।

ସେପଟେ ଦକ୍ଷିଣ ଆଫ୍ରିକାର ଶୃଙ୍ଖଳିତ ବୋଲିଂ ଆଗରେ ହତାଶ ହୋଇ ପଡ଼ିଥିଲେ ଭାରତୀୟ ବ୍ୟାଟର । ଦଳ ପକ୍ଷରୁ ଏନରିକ୍‌ ନୋର୍କିଆ ସର୍ବାଧିକ ଦୁଇଟି ନେଇଛନ୍ତି । ଡ୍ବେନ୍‌ ପ୍ରିଟୋରିଅସ ସର୍ବାଧିକ ରନ୍‌ ଖର୍ଚ୍ଚ କରିଛନ୍ତି । ରବାଡା, ପାର୍ନେଲ, ପ୍ରିଟୋରିଅସ ଓ ମହାରାଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.