କଟକ: ବିଶ୍ବ ଟେଷ୍ଟ ଚମ୍ପିୟନସିପରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ । ବର୍ଷା ବ୍ୟାଘାତ, ଲାଇଟ ସମସ୍ୟା ଓ ବାରମ୍ବାର ଖେଳ ବନ୍ଦ ହେବା ସତ୍ତ୍ବେ WTCର ଫଳାଫଳ ବାହାରିଛି । ରିର୍ଜଭ ଦିନରେ ନ୍ୟୁଜିଲାଣ୍ଡ ତାର ଆଧିପତ୍ୟ ବିସ୍ତାର କରି ମ୍ୟାଚକୁ ନିଜ ସପକ୍ଷରେ ନେଇ ଟ୍ରଫି ହାତେଇଛି । ଆଇସିସିର ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିୟାନସିପରେ ବାଜି ମାରି ନେଇଛି ନ୍ୟୁଜିଲାଣ୍ଡ ।
ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଭାରତ ଏହି ମ୍ୟାଚର ପରାସ୍ତ ହୋଇଛି । ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ଭାରତ ଫେଲ ମାରିଛି । ଯାହାର ଫାଇଦା ବ୍ଲାକ କ୍ୟାପ୍ସ ଭରପୁର ଢଙ୍ଗରେ ଉଠାଇଛି । ତେବେ ଭାରତ ରଣନୀତିରେ ବ୍ୟାପକ ଅପାରଗତା ଦେଖିବାକୁ ମିଳିଛି । ଯାହା ପାଇଁ ପରାଜିତ ହୋଇଛି ବିରାଟ ବାହିନୀ ।
ତେବେ ନ୍ୟୁଜିଲାଣ୍ଡ ମଧ୍ୟ ତାର ଶ୍ରେଷ୍ଟ ଖେଳ ପଦର୍ଶନ କରିଛି । ଯାହା ବେଶ ଗ୍ରହଣୀୟ । ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ବେଶ ପ୍ରଭାବୀ ପଦର୍ଶନ କରିଛି କେନ ବାହିନୀ । ଯାହା ସେମାନ୍ଙ୍କୁ ବିଶ୍ବ ବିଜେତା କରିଛି । ତେବେ ଏହି ପରାଜୟରୁ ଭାରତ ନିଶ୍ଚୟ କିଛି ଶିକ୍ଷା ଗ୍ରହଣ କରିଥିବ । ଯାହା ଆଗମୀ ଦିନରେ ତାଙ୍କୁ ସାହାଯ୍ୟ କରିବ ବୋଲି ମତ ରଖିଛନ୍ତି ଖେଳ ବିଶେଷଜ୍ଞ ପବନ ଅଗ୍ରୱାଲ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ