ETV Bharat / city

ସିଲଭର ସିଟିକୁ ଗ୍ରାସିଛି ଡେଙ୍ଗୁୂ, ୨୬ ନମ୍ବର ୱାର୍ଡରେ ୨୫ରୁ ଊର୍ଦ୍ଧ୍ବ ରୋଗୀ - ଆତଙ୍କିତ ସହରବାସୀ

ପୁଣି କଟକବାସୀଙ୍କ ନିଦ ହଜାଇଛି ଡେଙ୍ଗୁ। ୨୬ ନମ୍ବର ୱାର୍ଡରେ ୨୫ରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ସ୍ଥାନୀୟବାସିନ୍ଦା ସିଏମସିକୁ ଦାୟୀ କରିଛନ୍ତି । ସେପଟେ ଲୋକଙ୍କ ସଚେତନତାର ଅଭାବରୁ ରୋଗ ବ୍ୟାପୁଥିବା କହି ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଇଛି ସିଏମସି । ନଜର ପକାନ୍ତୁ ETV BHARATର ଏହି EXCLUSIVE ରିପୋର୍ଟ ଉପରେ...

ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା
author img

By

Published : Nov 7, 2019, 6:40 PM IST

କଟକ: ମହାନଗର ନିଗମ ୨୬ ନମ୍ବର ୱାର୍ଡର କାଠଗଡା ଓ କୁମ୍ଭାର ସାହିରେ ଏବେ ଘରେ ଘରେ ଡେଙ୍ଗୁ ରୋଗୀ। ସ୍ଥିତି ଏତେ ସଙ୍ଗୀନ ଯେ, ଗୋଟିଏ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଡେଙ୍ଗୁ ହୋଇଛି। ଅକ୍ଟୋବର ୨୨ରୁ କୁମ୍ଭାର ସାହି ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବାପରେ ଏହା ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅଞ୍ଚଳରେ ୨୫ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରନ୍ତ ହୋଇଥିବା ଜଣାପଡିଛି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ସିଏମସି ଠିକ ଭାବରେ ସଫେଇ କରୁନଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ଏନେଇ କଟକ ମହାନଗର ନିଗମକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ କହିଛନ୍ତି । ରୋଗୀ ଚିହ୍ନଟ ପରେ ଅଞ୍ଚଳରେ ସଚେତନତା ସୃଷ୍ଟି କରିଛି ସିଏମସି । ମଶା ଦାଉରୁ ରକ୍ଷା ନିମନ୍ତେ ଦୈନିକ ଧୂଆଁ ଓ ମଶା ତେଲ ପ୍ରୟୋଗ କରାଯାଉଛି । ଆଙ୍ଗନବାଡି କର୍ମୀ, ଆଶା ଏନେଇ ଲୋକଙ୍କୁ ସଚେତନ କରାଉଛନ୍ତି ।

ଲୋକଙ୍କ ଘରୁ ହିଁ ଡେଙ୍ଗୁ ଲାର୍ଭା ସୃଷ୍ଟି ହେଉଥିବା ଜଣାପଡିଛି। ସଚେତନତା ଅଭାବରୁ ଡେଙ୍ଗୁ ବ୍ୟାପୁଥିବା କହି ନିଜ ଦୋଷ ଛଡାଇ ଦେଇଛି ସିଏମସି । ସହରରେ ରୋଗ ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଯଦିଓ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଡେଙ୍ଗୁରୋଗୀଙ୍କ ସଂଖ୍ୟା କମିଛି, ତେବେ ଯେକୌଣସି ମୁହୂର୍ତ୍ତରେ ଏହା ବ୍ୟାପିବାର ସମ୍ଭାବନା ଅଛି। ଏନେଇ ସଚେତନ ନ ରହିଲେ ପରିସ୍ଥିତି ଭାୟବହ ହେବାର ଆଶଙ୍କା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ପୁଣି କଟକ ବାସୀଙ୍କ ଡ଼ରାଇଲା ଡେଙ୍ଗୁ।କଟକ ମହାନଗର ନିଗମ ରେ ଡେଙ୍ଗୁ ଆତଙ୍କ।ମହାନଗର ର ୨୬ ନମ୍ବର ୱାର୍ଡ ରେ ଘରେ ଘରେ ଡେଙ୍ଗୁ।ପାଖାପାଖି ଡେଙ୍ଗୁ ରୋଗରେ ୨୫ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହେଲେଣି।ଡେଙ୍ଗୁ ବ୍ୟାପିବା ପାଇଁ ସ୍ଥାନୀୟବାସିନ୍ଦା ସିଏମସି କୁ ଦାୟୀ କରିଥିଲା ବେଳେ ,ସିଏମସି ମଧ୍ୟ ଲୋକ ସଚେତନ ଅଭାବରୁ ବ୍ୟାପିଥିବା କହି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି।
ଆସନ୍ତୁ ଦେଖିବା ETV BHARAT ର EXCLUSIVE ରିପୋର୍ଟ ...

Body:(ଭିଓ -୧) କଟକରେ ଭୟଙ୍କର ହେଉଛି ଡେଙ୍ଗୁ।କଟକ ମହାନଗର ନିଗମର ୨୬ ନମ୍ବର ୱାର୍ଡ ରେ ଥିବା କୁମ୍ଭାର ସାହି ରେ ଏବେ ଘରେ ଘରେ ଡେଙ୍ଗୁ।ସ୍ଥିତି ଏମିତି ଯେ, ଗୋଟିଏ ପରିବାରର ସମସ୍ତ ସଦସ୍ୟ ଙ୍କୁ ଡେଙ୍ଗୁ ହୋଇଛି।ଗତ ୨୨ ତାରିଖରୁ କୁମ୍ଭାର ସାହି ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବାପରେ ଏହା ବ୍ୟାପିବାର ଲାଗିଛି।ଦିନକୁ ଦିନ ଏହା ବ୍ୟାପିବାରେ ଲାଗିଲାଣି।ଏହି ଅଞ୍ଚଳରେ ପାଖାପାଖି ୨୫ ରୁ ଅଧିକ ଲୋକଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି।ଜାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି ହେଲାଣି।ସିଏମସି ଠିକ ଭାବରେ ସଫାଇ କାମ କରୁନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ତେବେ ଏନେଇ କଟକ ମହାନଗର ନିଗମ କୁ ଜଣାଇଥିଲେ ବି ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।

ବାଇଟ - ସଂଧ୍ୟାରାଣୀ ହାତୀ,ଡେଙ୍ଗୁ ପିଡ଼ିତା।
ବାଇଟ - ଏସ ଏନ ଦତ, ସ୍ଥାନୀୟ ବାସିନ୍ଦା।
ବାଇଟ - ପ୍ରଦୀପ ଛତର,ସ୍ଥାନୀୟ ବାସିନ୍ଦା।

(ଭିଓ - ୨) କାଠଗଡା ସାହି ଓ କୁମ୍ଭାର ସାହିରେ ଡେଙ୍ଗୁରୋଗୀ ଚିହ୍ନଟ ହେବାପରେ ଉକ୍ତ ଅଞ୍ଚଳରେ ସଚେତନତା ସୃଷ୍ଟି କରିଛି ସିଏମସି।ଉକ୍ତ ଅଂଚଳରେ ପ୍ରତ୍ୟକ ଦିନ ମଶା ଧୂଁଆଁ ଓ ମଶା ତେଲ ପକାଯାଉଛି।ଘରେ ଘରେ ଆଙ୍ଗନବାଡି ଦିଦି ,ଆଶାଦିଦି ଏନେଇ ଲୋକଙ୍କୁ ସଚେତନ କରାଉଛନ୍ତି।ଲୋକମାନଙ୍କ ଘରୁ ଏହି ଡେଙ୍ଗୁ ଲାର୍ଭା ସୃଷ୍ଟି ହଇଛି। ସଚେତନତା ଅଭାବରୁ ଡେଙ୍ଗୁ ବ୍ୟାପୁଥିବା କହି ନିଜ ଦୋଷ ଛଡାଇ ଦେଇଛନ୍ତି ସିଏମସି କମିଶନର।

ବାଇଟ - ଅନନ୍ୟା ଦାଶ, ସିଏମସି କମିଶନର।

Conclusion:ସହରରେ ଡେଙ୍ଗୁ ବ୍ୟାପିବାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଲାଣି।ଯଦିଓ ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଡେଙ୍ଗୁରୋଗୀ ଙ୍କ ସଂଖ୍ୟା କମ ରହିଛି,ତେବେ ଯେକୌଣସି ମୁହୂର୍ତ୍ତରେ ଏହା ବ୍ୟାପିବାର ସମ୍ଭାବନା ରହିଛି।ତେବେ ଏନେଇ ସଚେତନ ନ ରହିଲେ କେତେବେଳେ ଯେ ଜୀବନ ଚାଲିଯିବ କହିବା ମୁସକିଲ।କଟକ ରୁ ନାରାୟଣ ସାହୁ ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.