ETV Bharat / city

ଆଗୁଆ ଜାମିନ କ୍ଷେତ୍ରରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ; ପ୍ରଥମେ ଜିଲ୍ଲା ଦୌରାଜଜ ଯିବାକୁ ନିର୍ଦ୍ଦେଶ

author img

By

Published : Apr 28, 2021, 2:35 PM IST

ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନୃସିଂହ ସୁତାର ନାମକ ଆବେଦନକାରୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିଛନ୍ତି । ଆଗୁଆ ଜାମିନ ପାଇଁ ପ୍ରଥମେ ଜିଲା ଦୌରାଜଜ ଯିବାକୁ ମିଳିଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ...

High Court Of Odisha
High Court Of Odisha

କଟକ: ଓଡିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ। ଆଗୁଆ ଜାମିନ ଆବେଦନ କ୍ଷେତ୍ରରେ ପ୍ରଥମେ ଜିଲ୍ଲା ଦୌରା ଜଜଙ୍କ ନିକଟରେ ଆବେଦନ କରିବାକୁ ଦେଲେ ନିର୍ଦ୍ଦେଶ । ଆବଶ୍ୟକ ହେଲେ ହାଇକୋର୍ଟଙ୍କ ନିକଟରେ ଦ୍ବାରସ୍ଥ ହେବାକୁ ଦେଲେ ରାୟ ।

ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନୃସିଂହ ସୁତାର ନାମକ ଆବେଦନକାରୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏହା କହିଛନ୍ତି । କୋର୍ଟ କହିଛନ୍ତି ସିଆରପିସିର ଧାରା 438 ଅନୁଯାୟୀ ଜଣେ ବ୍ୟକ୍ତି ଆଗୁଆ ଜାମିନ ପାଇଁ ପ୍ରଥମେ ଜିଲା ଦୌରାଜଜଙ୍କ ପାଖକୁ ଯିବାକୁ ପଡିବ । ସେଠାରେ ରାୟ ସପକ୍ଷରେ ନ ଗଲେ ହାଇକୋର୍ଟଙ୍କ ନିକଟରେ ଦ୍ବାରସ୍ଥ ହୋଇ ପାରିବେ।

ଅନ୍ୟପଟେ ହାଇକୋର୍ଟଙ୍କ ନିକଟରେ ବହୁ ମାମଲା ବିଚାର ପାଇଁ ପଡିରହୁଛି। ତେଣୁ ଆଗୁଆ ଜାମିନ ପାଇଁ ଆସୁଥିବା ଆବେଦନ କାରୀ ପ୍ରଥମେ ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପ୍ରାୟତଃ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ନିକଟରେ ଆବେଦନ କରାଯାଉଛି।

ଆବେଦନକାରୀଙ୍କୁ 3 ସପ୍ତାହର ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ହାଇକୋର୍ଟ ଏହି ଜାମିନ ପାଇଁ ଜିଲ୍ଲା ଦୌରା ଜଜଙ୍କ ନିକଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଦୌରାଜଜ ସେହି ଅନ୍ତରୀଣ ସୁରକ୍ଷା ଶେଷ ହେବା ପୂର୍ବରୁ ଏହି ଆଗୁଆ ଜାମିନ ସମ୍ପର୍କରେ ଶୁଣାଣି କରି ନିର୍ଦ୍ଦେଶନାମା ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.