କଟକ: ଆଇଆଇଏଫଏଲ ଡକାୟତି ଘଟଣାରେ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଛି ପୋଲିସ । ଏହି ଜେରାରୁ ପୋଲିସକୁ କିଛି ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି ।
ଆଇଆଇଏଫଏଲ ସୁନା ଡକାୟତି ଘଟଣାରେ ରିମାଣ୍ଡରେ ଥିବା ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ପୋଲିସ । ଅଭିଯୁକ୍ତ ମାନେ ଲୁଟ ପରେ ଅଭିଯୁକ୍ତ ମାନେ ଫିଙ୍ଗି ଥିବା ମୋବାଇଲ ଗୁଡିକୁ ଜବତ କରିବା କାର୍ଯ୍ୟ ଆରମ୍ଭ ହୋଇଛି । ଶୁକ୍ରବାର ଅଭିଯୁକ୍ତ ମାନଙ୍କୁ ସାଥିରେ ନେଇ ପୋଲିସ ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଯାଞ୍ଚ ଆରମ୍ଭ କରିଛି ।
ସୂଚନାଥାଉକି ଗତ ୧୯ ତାରିଖରେ କଟକ ନୟାସଡ଼କସ୍ଥିତ ଏକ ଘରୋଇ ଋଣ ଓ ନିବେଶ କେନ୍ଦ୍ର (ଆଇଆଇଏଫ୍ଏଲ୍)ରେ ଲୁଟ କରିଥିଲେ । ୪ ଯୁବକ ଦୁଇଟି ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପାଖାପାଖି ୧୨ କୋଟି ଟଙ୍କାର ବନ୍ଧକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ