ETV Bharat / city

SCBରେ ବଢୁଛି ICU ବେଡ଼, ଫାଙ୍କା ପଡ଼ିଲାଣି ୱାର୍ଡ ବେଡ଼

author img

By

Published : Jun 6, 2021, 11:47 AM IST

କଟକରେ ଫାଙ୍କା ପଡୁଛି କୋଭିଡ ବେଡ଼ । ଯାହା କିଛି ମାତ୍ରାରେ ଲୋକଙ୍କୁ କରାଉଛି ଆଶ୍ୱସ୍ଥ । ଏପଟେ ଗତକାଲିଠୁ(ଶନିବାର) ହସ୍ପିଟାଲର ICU ବେଡ଼କୁ ମଧ୍ୟ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

କଟକରେ ବଢୁଛି ଆଇସିୟୁ ବେଡ଼, ଫାଙ୍କା ପଡ଼ିଲାଣି ୱାର୍ଡ ବେଡ଼

କଟକ: କଟକରେ ଫାଙ୍କା ପଡୁଛି କୋଭିଡ ବେଡ଼ । ଯାହା କିଛି ମାତ୍ରାରେ ଲୋକଙ୍କୁ କରାଉଛି ଆଶ୍ୱସ୍ଥ । ହେଲେ ICU ବେଡ଼ ସ୍ଥିତି ଯେମିତି ଥିଲା ସେମିତି ରହିଛି । କାରଣ ଯେଉଁ ରୋଗୀର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେଉଛି ସେ ସଙ୍ଗେସଙ୍ଗେ ଆଇସିୟୁରେ ଭର୍ତ୍ତି ହେଉଛି । ଆଉ ଅନେକ ଦିନ ପର୍ଯ୍ୟନ୍ତ ରହୁଛନ୍ତି । ଯାହା ଅନ୍ୟ ରୋଗୀ ମାନଙ୍କ ପାଇଁ ଚିନ୍ତା ବଢ଼ାଇ ଦେଉଛି ।

ହେଲେ ଗତକାଲିଠୁ(ଶନିବାର) ହସ୍ପିଟାଲର ICU ବେଡ଼କୁ ବୃଦ୍ଧି କରାଯାଇଛି । ଯାହା ଦ୍ୱାରା କୋଭିଡ ରୋଗୀ ମଧ୍ୟ ଆଶ୍ୱସ୍ଥ ହୋଇପାରିବେ । ଏହାସହ ଆଉ କିଛି ମେଡିକାଲକୁ କୋଭିଡ ମେଡିକାଲ ଘୋଷଣା କରାଯାଇଛି । ଏହା ଦ୍ୱାରା ଚିକିତ୍ସା ପ୍ରକ୍ରିୟା ବ୍ୟାପକ ହେବ । ତେବେ ବର୍ତ୍ତମାନ ଯେଉଁ ସ୍ଥିତି ରହିଛି ତାହା ନିଶ୍ଚୟ ରୂପରେ ବିପଦ ଟଳୁଥିବାର ସ୍ପଷ୍ଟ ହେଉଛି ।

ପୂର୍ବରୁ ଯେଉଁ ସଂକ୍ରମଣର ଲହର ଥିଲା ତାହା ମଧ୍ୟ ଧୀରେ ଧୀରେ କମୁଛି । ଯାହା ଆଉ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରୂପରେ ଆୟତକୁ ଆସିଯିବ ବୋଲି କୁହାଯାଉଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.