ETV Bharat / city

ICSE Result 2022: ରିଷି ସାଗର ଶତପଥୀ ଓଡିଶା ଟପ୍ପର

ପ୍ରକାଶ ପାଇଲା ଆଇସିଏସଇ ଦଶମ ଶ୍ରେଣୀ ରେଜଲ୍ଟ । ସର୍ବାଧିକ ୯୯.୨୦ ପ୍ରତିଶତ ମାର୍କ ସହ ରାଙ୍କ 1 ରଖିଛନ୍ତି କଟକର ଛାତ୍ର । ଅଧିକ ପଢ଼ନ୍ତୁ

author img

By

Published : Jul 18, 2022, 7:42 AM IST

Updated : Jul 18, 2022, 9:21 AM IST

ପ୍ରକାଶ ପାଇଲା  ଆଇସିଏସଇ ରେଜଲ୍ଚ : 99.20  ରଖି ରିଶିଙ୍କ ସଫଳତା

କଟକ: କାଉନ୍ସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏଗଜାମିନେସନସ୍ (ସିଆଇଏସସିଇ) ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡିଶାରୁ ରିଷି ସାଗର ଶତପଥୀ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି । ଯାହାକୁ ନେଇ ପରିବାର ଓ ସ୍କୁଲ ପରିସରରେ ଖୁସିର ଲହରୀ ଖେଳିଯାଇଛି। ଦିନକୁ 6 ରୁ 8 ଘଣ୍ଟା ପଢିବା ପରେ ଏହି ସଫଳତା ହାସଲ କରିଥିବା ରିଷି କହିଛନ୍ତି ।

ICSE Result 2022: ରିଷି ସାଗର ଶତପଥୀ ଓଡିଶା ଟପ୍ପର

ରିଷିଙ୍କ କହିବାନୁସାରେ, ମୋ ସଫଳତା ପାଇଁ ମୁଁ ଖୁସି ହେଲେ ଯେଉଁମାନେ ଅସଫଳ ହେଲେ ସେମାନେ ଧୈର୍ଯ୍ୟ ନହରାଇ ପରିଶ୍ରମ ଜାରି ରଖନ୍ତୁ । ଏହାସହ ସଫଳତାର ଶ୍ରେୟ ବାପା, ମା' ଓ ଶିକ୍ଷକମାନଙ୍କୁ ଦେଇଛନ୍ତି । ଦେଶ ଓ ସମାଜର ହିତ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ରିଷି ।

ଇଟିଭି ଭାରତ, କଟକ

Last Updated : Jul 18, 2022, 9:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.