ETV Bharat / city

ଭୟଙ୍କର ରିପୋର୍ଟ ଦେଲା ICMR ! ବ୍ରେନ୍‌ ଷ୍ଟ୍ରୋକରେ ଦେଶରେ ଟପ୍ କଟକ - brain stroke report by icmr

କଟକବାସୀଙ୍କ ପାଇଁ ସତର୍କବାଣୀ । ICMR ପକ୍ଷରୁ ପ୍ରକାଶ ଏକ ରିପୋର୍ଟ ମୁତାବକ ଭାରତରେ କଟକରେ ସର୍ବାଧିକ ଲୋକ ବ୍ରେନ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି । ଅଧିକ ପଢ଼ନ୍ତୁ...

କଟକରେ ଅଧିକାଂଶ ବ୍ରେନ୍‌ ଷ୍ଟ୍ରୋକର ଶିକାର, ରିପୋର୍ଟ ଦେଲା ICMR

author img

By

Published : Nov 12, 2021, 9:56 PM IST

Updated : Nov 12, 2021, 10:51 PM IST

ବେଙ୍ଗାଲୁରୁ: କଟକବାସୀଙ୍କ ପାଇଁ ସତର୍କବାଣୀ । ICMR ପକ୍ଷରୁ ପ୍ରକାଶ ଏକ ରିପୋର୍ଟ ମୁତାବକ ଭାରତରେ କଟକରେ ସର୍ବାଧିକ ଲୋକ ବ୍ରେନ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି । ଏହାକୁ ନେଇ ୨୦୧୮ ଓ ୨୦୧୯ରେ ଆଇସିଏମଆର ପକ୍ଷରୁ ଏକ ସର୍ଭେ ମଧ୍ୟ କରାଯାଇଥିଲା ।

ଏହି ସର୍ଭେ ମୁତାବକ କଟକରେ ସର୍ବାଧିକ ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୧୮୭ ଜଣ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି । ତା ପଛକୁ ଆସାମର କାଚାରରେ ସର୍ବଧିକ ୯୬ ଜଣ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି । ସେହିଭଳି ରାଜସ୍ଥାନର କୋଟାରେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହେବାର ୨୮ ମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ହେଉଛି । ଦେଶରେ ସର୍ବାଧିକ ବାରାଣାସୀରେ ୮ ଦିନରେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇ ୪୬ ଜଣଙ୍କ ମୃତ୍ୟୁ ହେଉଛି ।

ICMR ବେଙ୍ଗାଲୁରୁ ୟୁନିଟ୍‌ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ବ୍ରେନ୍‌ ଷ୍ଟ୍ରୋକ୍‌ ଓ ଏଥିରୁ ହେଉଥିବା ମୃତ୍ୟୁ ହାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ପଶ୍ଚିମ କୋଟା, ପୂର୍ବ କଟକ ଦକ୍ଷିଣ ତିରୁନେଭେଲି ଓ ଉତ୍ତର-ପୂର୍ବ କାଚାରରେ ଅଧିକାଂଶ ଯୁବଗୋଷ୍ଠୀ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଛନ୍ତି । କଟକରେ ଅଧିକାଂଶ ହାଇପରଟେନସନ୍‌ (ଉଚ୍ଚ ରକ୍ତ ଚାପ) ଯୋଗୁଁ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି ।

ICMR ବେଙ୍ଗାଲୁରୁ ୟୁନିଟ୍‌ ପକ୍ଷରୁ ଏହି ସର୍ଭେ ହେଉଥିବା ବେଳେ କଟକ SCB ହସ୍ପିଟାଲ, ସିଲଚର୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌, ତିରୁନେଲଭେଲି ମେଡିକାଲ କଲେଜ ଓ ମେଡିକାଲ କଲେଜ୍‌ ଅଫ୍‌ ରାଜସ୍ତାନ ଏଥିରେ ସହଯୋଗ କରିଥିଲେ । ଏହାକୁ ନେଇ ICMR ବେଙ୍ଗାଲୁରୁ ୟୁନିଟ୍‌ ନିର୍ଦ୍ଦେଶକ ପ୍ରଶାନ୍ତ ମାଥୁର ସୂଚନା ଦେଇଛନ୍ତି ।

ପ୍ରତି ଦୁଇ ବର୍ଷରେ ଥରେ ଏହି ସର୍ଭେ କରାଯିବ । ଏଥିରେ ଦେଶର ୭୦ ହସ୍ପିଟାଲ ଓ ମେଡିକାଲ କଲେଜ ସହଯୋଗ କରିବାକୁ ବାଧ୍ୟତାମୂଳକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 12, 2021, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.