କଟକ: CMC କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ IAS ଅଧିକାରୀ ନିଖିଳ ପବନ କଲ୍ୟାଣ । ସେ ଆଜି କଟକର ଆରାଧ୍ୟ ଦେବୀ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ସୁନ୍ଦରଗଡ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇ ଅନେକ ଚାଲେଞ୍ଜକୁ ଦୃଢତାର ସହ ମୁକାବିଲା କରିଛନ୍ତି IAS ଅଧିକାରୀ ନିଖିଳ ପବନ କଲ୍ୟାଣ । କାର୍ଯ୍ୟରତ ସମୟରେ ସେଠାରେ ସେ ଅନେକ ପ୍ରକାର ଜନମଙ୍ଗଳକର କାର୍ଯ୍ୟ କରିଥିଲେ ପବନ । ଆଜି ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ନିଖିଳ ପବନ କଲ୍ୟାଣ ।
ସେ କହିଛନ୍ତି ଯେ, "କଟକର ସାମୂହିକ ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବି ଏବଂ ସହରର ବିକାଶ ପାଇଁ ଚାଲି ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା । ଏହାସହ ସହର ବାସିନ୍ଦାଙ୍କ ରହିଥିବା ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବି ।"
ଇଟିଭି ଭାରତ, କଟକ