ETV Bharat / city

ମରିଗଲା ମାନବିକତା, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଶେଷକୃତ୍ୟ ସମ୍ପନ୍ନ - କରୋନା ଭୟ

ମୃତ୍ୟୁ ପରେ ବି ମିଳି ପାରିଲାନି କାନ୍ଧ । କରୋନା ଭୟରେ ମୃତଦେହ ଉଠାଇବାକୁ ଗାଁ ଲୋକଙ୍କ ବାରଣ । ଅଧିକ ପଢନ୍ତୁ...

ମରିଗଲା ମାନବିକତା, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଶେଷକୃତ୍ୟ ସମ୍ପନ୍ନ

author img

By

Published : May 1, 2021, 10:17 PM IST

କଟକ: ମରିଗଲା ମାନବିକତା । ମୃତ୍ୟୁ ପରେ ବି ମିଳିଲାନି କାନ୍ଧ । ୧୦ ଘଣ୍ଟା ଧରି ଜଣେ ମହିଳାଙ୍କ ମୃତଦେହ ପଡିରହିବା ପରେ ବି ଗ୍ରାମବାସୀ କି ସରପଞ୍ଚ କେହି ବି ଶବ ଉଠାଇବା ନେଇ କୌଣସି ବ୍ୟବସ୍ଥା କଲେ ନାହିଁ । ଶବ ଦାହର ବ୍ୟବସ୍ଥା କରିବା ପାଇଁ ପୋଲିସ ଓ ପ୍ରଶାସନକୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ତାଙ୍କ କାମ ନୁହେଁ କହି ହାତ ଛାଡିଦେଲେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ ହରିରାଜପୁର ଗ୍ରାମରେ ।

ଗତ କିଛି ଦିନ ଧରି ହରିରାଜପୁର ଗାଁର ମହିଳା ମିନତି ନନ୍ଦ ଜ୍ୱରରେ ପଡିଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । କରୋନା ଭୟରେ ତାଙ୍କ ଶବ ଉଠାଇବାକୁ ଗାଁ ଲୋକ ମନା କରିଦେଲେ । ମୃତା ମହିଳାଙ୍କ ସଂପର୍କୀୟ ଶବ ସତ୍କାର ଲାଗି ଗାଁ ଲୋକଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ । ଏପରିକି ଗାଁର ସରପଞ୍ଚ ମୃତଦେହ ଉଠାଇବା ନେଇ କୌଣସି ବ୍ୟବସ୍ଥା କରିନଥିଲେ । ସେହି ଗାଁର ଜଣେ ଶିକ୍ଷିତ ଯୁବକ ନାରାୟଣ ରଥ କଟକ ଜିଲ୍ଲାପାଳଙ୍କୁ ଫୋନ୍ କରି ସମସ୍ତ କଥା କହିବା ପରେ ଶବ ଉଠିବା ନେଇ ଜିଲ୍ଲାପାଳ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଲେ ।

ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାଙ୍କୀ ତହସିଲଦାର ଓ ଆରଆଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଡମପଡାରୁ ଆମ୍ବୁଲାନ୍ସ ଆସିବା ପରେ ନାରାୟଣ ରଥ ଓ ମୃତ ମହିଳାଙ୍କ ସଂପର୍କୀୟ ପିପିଇ କିଟ୍ ପିନ୍ଧି ମୃତଦେହକୁ ଆମ୍ବୁଲାନ୍ସରେ ରଖିଥିଲେ । ମୃତଦେହକୁ ଅନ୍ତିମ ସଂସ୍କାର କରିବା ପାଇଁ କଟକ ସତୀଚଉରା ଶ୍ମଶାନ ଘାଟକୁ ପଠାଯିବାପରେ ଶେଷକୃତ୍ୟ ସମ୍ପନ୍ନ ହାେଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.