ETV Bharat / city

ରାଜ୍ୟରେ କେତେ ଥାନାରେ ଜବତ ଗାଡି ପଡି ରହିଛି - ହାଇକୋର୍ଟ ଖବର

ରାଜ୍ୟରେ ଥିବା ବିଭିନ୍ନ ପୋଲିସ ଷ୍ଟେସନ ବାହାରେ ଜବତ ଗାଡି(seize vehicle) ପଡି ରହିବା ପ୍ରସଙ୍ଗରେ ହାଇକୋର୍ଟ ରେ ଆଜି ସତ୍ୟପାଠ ଦାଖଲ କରାଯାଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ କରାଯାଇଥିବା ଏହି ସତ୍ୟପାଠରେ , ମେ ୧ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ୨୨ ହଜାର ୭୦୯ ଟି ଗାଡି ଜବତ କରାଯାଇଥିବା ଉଲ୍ଲେଖ ରହିଛି । ଅଧିକ ପଢନ୍ତୁ

ରାଜ୍ୟରେ କେତେ ଥାନାରେ ଜବତ ଗାଡି ପଡି ରହିଛି
ରାଜ୍ୟରେ କେତେ ଥାନାରେ ଜବତ ଗାଡି ପଡି ରହିଛି
author img

By

Published : Sep 19, 2022, 11:08 PM IST

କଟକ: ରାଜ୍ୟରେ ଥିବା ବିଭିନ୍ନ ପୋଲିସ ଷ୍ଟେସନ ବାହାରେ ଜବତ ଗାଡି(seize vehicle) ପଡି ରହିବା ପ୍ରସଙ୍ଗରେ ହାଇକୋର୍ଟ ରେ ଆଜି ସତ୍ୟପାଠ ଦାଖଲ କରାଯାଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ କରାଯାଇଥିବା ଏହି ସତ୍ୟପାଠରେ , ମେ ୧ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ୨୨ ହଜାର ୭୦୯ ଟି ଗାଡି ଜବତ କରାଯାଇଥିବା ଉଲ୍ଲେଖ ରହିଛି ।

ସେଥିରୁ ୪ ହଜାର ୬୯୫ ଟି ଗାଡି ଅଦାଲତଙ୍କ ନିର୍ଦ୍ଦେଶରେ ଉପଯୁକ୍ତ ବ୍ୟାଙ୍କି ଜିମାରେ ଛଡା ଯାଇଛି । ବଳକା ଗାଡି ଗୁଡିକ ସମ୍ପର୍କରେ ଅଦାଲତଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ଜବତ କରାଯାଇଥିବା ୩ ହଜାର ୧୪୬ଟି ଗାଡିର କେହି ମାଲିକାନା ନାହାନ୍ତି । ଅବଶିଷ୍ଟ ଗାଡି ପ୍ରସଂଗ ବିଚାରାଧୀନ ରହିଛି ।

ସେହିପରି ଜବତ ଗାଡି ଗୁଡିକ କେତେ ସମୟ ସୀମା ଭିତରେ ନିଆଯାଉଛି ସେନେଇ କୌଣସି ତଥ୍ୟ ରଖା ଯାଇନାହିଁ । ତେବେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏନେଇ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୨୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.