କଟକ: ସିଲଭର ସିଟିରେ କୋରୋନା ଆତଙ୍କ । କଟକରେ ବେକାବୁ ହେଉଛି କୋରୋନା । ହୁହୁ ବଢି ଚାଲିଛି କୋରୋନା ଆକ୍ରାନ୍ତ ସଂଖ୍ୟା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୋଭିଡ ଯୋଦ୍ଧା ସମସ୍ତେ ଆକ୍ରାନ୍ତ ହେଉଛନ୍ତି କିଲର ଭୂତାଣୁରେ । କୋରୋନାକୁ ରୋକିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ଚେକିଂ ବ୍ୟବସ୍ଥା କୋହଳ କରାଯାଇଛି ।
ଏଠି ପ୍ରଶ୍ନ ଉଠୁଛି କୋରୋନା ଅନିୟନ୍ତ୍ରିତ ହେଉଥିବା ବେଳେ ସହରରେ କାହିଁକି କୋହଳ ହୋଇଛି ଚେକିଂ ବ୍ୟବସ୍ଥା ? କୋରୋନା ଭୟ ନା ଆଉ କିଛି... ସହରରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି କି କୋରୋନା ? ଏଭଳି ତମାମ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ କଟକ ଡିସିପିଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରିଛନ୍ତି ଆମ ଇଟିଭି ଭାରତ ସମ୍ବାଦଦାତା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ