ETV Bharat / city

ଆକାଶ ପାଠକଙ୍କ ଜାମିନ ଖାରଜ କଲେ ହାଇକୋର୍ଟ

author img

By

Published : Jun 17, 2021, 7:41 PM IST

ଆକାଶ ପାଠକଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । କ୍ରାଇମବ୍ରାଞ୍ଚ ଦ୍ବାରା ଦାୟର କରାଯାଇଥିବା ମାମଲାରେ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଅଧିକ ପଢନ୍ତୁ...

ଆକାଶ ପାଠକଙ୍କ ଜାମିନ ଖାରଜ କଲେ ହାଇକୋର୍ଟ
ଆକାଶ ପାଠକଙ୍କ ଜାମିନ ଖାରଜ କଲେ ହାଇକୋର୍ଟ

କଟକ: ଟାଟା କମ୍ପାନୀରେ ଚାକିରୀ ଦେବା ନାଁରେ ଠକେଇ ଘଟଣା । ଆକାଶ ପାଠକଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। କ୍ରାଇମବ୍ରାଞ୍ଚ ଦ୍ବାରା ଦାୟର କରାଯାଇଥିବା ମାମଲାରେ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ ।

ଏପଟେ ଏହି ଘଟଣାରେ ଗୁରୁବାର ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଦୁଇ ଲକ୍ଷ ଟଙ୍କିଆ ଦୁଇ ଜଣ ଜାମିନଦାର ବଦଳରେ ଜେଲରୁ ମୁକୁଳିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି । ଏଥିସହ ତଦନ୍ତରେ ସହଯୋଗ କରିବା ସହ ସାକ୍ଷ୍ୟ ମାନଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି ।

ଏହି ମାମଲାରେ ପୂର୍ବରୁ ଗୋପାଳପୁର ବିଧାୟକଙ୍କୁ ଜାମିନ ମିଳିସାରିଛି । ପୂର୍ବରୁ ଏହି ମାମଲାରେ ସାମିଲ ଥିବା ଅଭୟ ପାଠକ ଓ ସର୍ବେଶ୍ୱର ରାଓଙ୍କୁ ଜାମିନ ମିଳିଥିବାବେଳେ ଆକାଶଙ୍କୁ ନିରାଶ ହେବାକୁ ପଡିଛି । ଅନେକ ମାମଲାରେ ଆକାଶଙ୍କୁ ଜାମିନ ମିଳିଥିବା ବେଳେ ଏବେ ଜେଲରୁ ମୁକୁଳିବା ଆଶା ମଉଳି ଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.