ETV Bharat / city

କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମିଳିଲାନି ଚାକିରି; ଆବେଦନକାରୀଙ୍କୁ 5 ଲକ୍ଷ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - Odisha High Court

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଚାକିରି ଦେଲାନି ବନବିଭାଗ । କୋର୍ଟରେ ଆବେଦନ ପରେ ଆବେଦନକାରୀଙ୍କୁ 5 ଲକ୍ଷ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶ
ହାଇକୋର୍ଟଙ୍କ ନିର୍ଦ୍ଦେଶ
author img

By

Published : Feb 24, 2021, 10:28 AM IST

କଟକ: ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ବେ ଚାକିରିରେ ପୁନଃ ଅବସ୍ଥାପିତ କିମ୍ବା ନିୟମିତ କଲେ ନାହିଁ ସରକାର । ଏବେ ଚୂଡାନ୍ତ ଶୁଣାଣି ଶେଷ ହେବା ବେଳକୁ ଅବସର ବୟସ ହୋଇସାରିଛି । ଏଭଳି ସ୍ଥିତିରେ ଆବେଦନକାରୀଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ 6 ମାସ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ମାମଲାର ବିବରଣୀରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ବାରକାନାଥ କର ନାମକ ବ୍ୟକ୍ତିଙ୍କୁ ଚିଲିକା ବନ୍ୟପ୍ରାଣୀ ଡିଭିଜନରେ 1988 ମସିହାରେ ଏକ ଅପରେଟର ନିଯୁକ୍ତି ପାଇଥିଲେ । 1993 ମସିହାରେ ପାଣ୍ଠିର ଅଭାବ ଦର୍ଶାଇ ଚିଲିକା ଡିଏଫଓ ତାଙ୍କୁ ଚାକିରିରୁ ବିଦା କରିଥିଲେ । ଏହାକୁ ସେ ସ୍ୟାଟରେ ଚାଲେଞ୍ଜ କରିଥିଲେ ।

1994 ରେ ସ୍ୟାଟ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ । ତାଙ୍କୁ ନିଯୁକ୍ତି ନ ମିଳିବାରୁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । 2017 ରେ ଆବେଦନକାରୀଙ୍କ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ବନବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାପରେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳି ନ ଥିଲା ।

ପରେ ଆବେଦନକାରୀ 2020ରେ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ଅବସର ବୟସ ଅତିକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବା ପରେ କ୍ଷତିପୂରଣ ବାବଦରେ ତାଙ୍କୁ 5 ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.