ETV Bharat / city

ACF ମର୍ଡର ମିଷ୍ଟ୍ରି: ସନ୍ଦେହରେ କ୍ରାଇମବ୍ରାଞ୍ଚ ତଦନ୍ତ, ସିନ ରିକ୍ରିଏସନ ଦାବି କଲେ ଆଇନଜୀବୀ - ଏସିଏଫ ମୃତ୍ୟୁ ସିନ ରିକ୍ରିଏସନ ପାଇଁ ଦାବି

ସସପେନ୍ସ ଘେରରେ ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଘଟଣାର ସିନ ରିକ୍ରିଏସନ ପାଇଁ କହିଲେ ସୌମ୍ୟଙ୍କ ଓକିଲ । ଅନ୍ୟପଟେ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାରେ ସନ୍ଦେହ ପ୍ରକାଶ କଲେ ହାଇକୋର୍ଟ ଆଇନଜୀବୀ । ଅଧିକ ପଢନ୍ତୁ...

ACF death: ସନ୍ଦେହରେ କ୍ରାଇମବ୍ରାଞ୍ଚ ତଦନ୍ତ, ସିନ ରିକ୍ରିଏସନ ଦାବି କଲେ ଆଇନଜୀବୀ

author img

By

Published : Sep 3, 2021, 6:44 PM IST

କଟକ: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଲାଗି ରହିଛି ସସପେନ୍ସ । ବିଦ୍ୟାଭାରତୀଙ୍କୁ ପଚରାଉଚରା ପରେ କଟକ ମୁଖ୍ୟାଳୟକୁ ଫେରିଛି କ୍ରାଇମବ୍ରାଞ୍ଚ ଟିମ୍ । ହେଲେ ବର୍ତ୍ତମାନ ଯେଉଁ ସ୍ଥିତି ରହିଛି ତାହା ଅନୁକୂଳ ନୁହେଁ । କ୍ରାଇମବ୍ରାଞ୍ଚ ଯଥାଶୀଘ୍ର ସୌମ୍ୟ ମୃତ୍ୟୁ ମାମଲାର ସିନ ରିକ୍ରିଏସନ କରିବା ଦରକାର । ତାହାହେଲେ ସତ ପଦାକୁ ଆସିପାରିବ । ନଚେତ ରହସ୍ୟ ଘେରରେ ରହିଯିବ ଏସିଫ ସୌମ୍ୟଙ୍କ ମୃତ୍ୟୁ । ଏଭଳି କିଛି ମନ୍ତବ୍ୟ ଦେବା ସହ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ଓକିଲ ପାର୍ଥସାରଥୀ ନାୟକ । ଅନ୍ୟପଟେ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟର ଆଇନଜୀବୀ । ଯଦି ମାମଲାର ସନ୍ଦିଗ୍ଧଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ ହାତରେ କିଛି ତଥ୍ୟ ଲାଗିଛି, ତେବେ ତାଙ୍କୁ ତୁରନ୍ତ ଗିରଫ କରିବା କଥା । ହେଲେ ଟିମ୍ ଏହା କରୁନାହିଁ । ଯେଉଁଥିରୁ ଜଣାପଡୁଛି କ୍ରାଇମବ୍ରାଞ୍ଚ ଟିମ୍ ଉପରେ କୌଣସି ବରିଷ୍ଠ ଅଧିକାରୀଙ୍କ ଚାପ ପଡୁଛି । ସେପରି ହେଲେ ସୌମ୍ୟଙ୍କୁ ନ୍ୟାୟ ମିଳିପାରିବ ନାହିଁ ବୋଲି କହିଛନ୍ତି ଆଇନଜୀବୀ ମାନସ ଚାନ୍ଦ ।

ACF death: ସନ୍ଦେହରେ କ୍ରାଇମବ୍ରାଞ୍ଚ ତଦନ୍ତ, ସିନ ରିକ୍ରିଏସନ ଦାବି କଲେ ଆଇନଜୀବୀ

ସେପଟେ କଟକ ଫେରିବା ପରେ କ୍ରାଇମବ୍ରାଞ୍ଚ ଏଡିଜି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ନିକଟରେ ତଦନ୍ତର ଅପଡେଟ୍‌ ଷ୍ଟାଟସ ବାବଦରେ ଆଲୋଚନା କରିଛି ଟିମ୍ । ବିଦ୍ୟାଭାରତୀଙ୍କୁ ପଚରାଉଚରା ଲାଗି କ୍ରାଇମବ୍ରାଞ୍ଚ ଟିମକୁ Crime Against Women (CAW) ର ଦୁଇ ଜଣ ମହିଳା ଅଫିସର ସହଯୋଗ କରିଥିଲେ । ବିଶେଷ ସୂତ୍ରରୁ ସୂଚନା ମିଳିଥିବା ମୁତାବକ, ପୂର୍ବରୁ ଗଜପତି ପୋଲିସ ନିକଟରେ ବିଦ୍ୟାଭାରତୀ ଯେଉଁ ତଥ୍ୟ ରଖିଥିଲେ ତା ଠାରୁ ଅଧିକ ତଥ୍ୟ ବିଦ୍ୟାଭାରତୀଙ୍କୁ ପଚରାଉଚରା ପରେ କ୍ରାଇମବ୍ରାଞ୍ଚକୁ ମିଳିଥିବା ଜଣାପଡିଛି ।

ସେହିପରି ବିଦ୍ୟାଭାରତୀଙ୍କ ବାପାଙ୍କର ମଧ୍ୟ ସମସ୍ତ ଷ୍ଟେଟମେଣ୍ଟ ରେକର୍ଡ କରାଯାଇଛି । ସୌମ୍ୟଙ୍କ ବୈବାହିକ ଜୀବନ କିପରି ଥିଲା, ପରଳାଖେମୁଣ୍ଡିରେ ବିଦ୍ୟାଭାରତୀ କାହା କାହା ସଂସ୍ପର୍ଶରେ ଆସିଥିଲେ, ଡିଏଫଓଙ୍କ ଭୂମିକା, ଘଟଣା ଦିନ ଘରେ ଓ ମେଡ଼ିକାଲରେ କିଏ କିଏ ଉପସ୍ଥିତ ଥିଲେ , ସୌମ୍ୟ ନିଆଁ ସଂସ୍ପର୍ଶରେ କିପରି ଆସିଲେ ସେ ସବୁର ଟିକନିକ୍ ଷ୍ଟେଟମେଣ୍ଟ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

ବିଦ୍ୟା ଭାରତୀଙ୍କ ପୂର୍ବରୁ କ୍ରାଇମବ୍ରାଞ୍ଚର ଚାରିଜଣିଆ ତଦନ୍ତକାରୀ ଦଳ ବେଗୁନିଆ ଯାଇ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲେ । ପୂର୍ବରୁ ଗଜପତି ପୋଲିସ ଦ୍ବାରା ରେକର୍ଡ ବୟାନ ଏବଂ ଏବେ କ୍ରାଇମବ୍ରାଞ୍ଚ ନିକଟରେ ରେକର୍ଡ ସମସ୍ତ ବୟାନକୁ କ୍ରାଇମବ୍ରାଞ୍ଚର ମୁଖ୍ୟାଳୟରେ ତାଳମେଳ କରାଯିବ । ଏହାପରେ ହିଁ କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ତଦନ୍ତ ଦିଗ ନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟାଳୟରୁ ସୂଚନା ମିଳିଛି ।

ଅନ୍ୟପକ୍ଷେ ସୌମ୍ୟଙ୍କ ମୃତ୍ୟୁ ରହସ୍ୟରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିନଥିବାବେଳେ ତଦନ୍ତରେ ଯେତେ ବିଳମ୍ବ ହେବ ସେତେ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ରହିଥିବା କହିଛନ୍ତି ଆଇନ ବିଶାରଦ । ସେପଟେ ବିଦ୍ୟାଭାରତୀଙ୍କୁ ଘଟଣାସ୍ଥଳକୁ ନେଇ ସ୍କ୍ରିନ ରି-କ୍ରିଏସନ ଏବଂ ଭାଇରାଲ ହୋଇଥିବା ଚିଠିର ହାତଲେଖା ପରୀକ୍ଷା କାହିଁକି ତଦନ୍ତ ପରିସରକୁ ନିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ଓକିଲ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.