କଟକ: ଅଚଳ ହୋଇଥିବା ଅଦାଲତ ଗୁଡିକର ମାମଲା ସ୍ଥାନାନ୍ତରିତ ହେବ । ସମାନ କ୍ୟାଡର ଅଦାଲତକୁ ହେବ ସ୍ଥାନାନ୍ତର । ଓକିଲ ଆନ୍ଦୋଳନ ପାଇଁ ପଡି ରହିଥିବା ମାମଲାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ହାଇକୋର୍ଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି ହାଇକୋର୍ଟ । ଯେଉଁ ଜିଲ୍ଲାରେ ମାମଲାର ସ୍ବାଭାବିକ ଶୁଣାଣି ହେଉନି ତାହାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟସ୍ଥ ଜିଲ୍ଲାକୁ ଚିହ୍ନଟ କରି ଶୁଣାଣି କରିବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।
ବିଚାର ପ୍ରକ୍ରିୟା ବନ୍ଦ ହୋଇପଡିଥିବା ଜିଲ୍ଲା ଗୁଡିକରୁ ଅଧିକାରୀମାନଙ୍କୁ ବିଚାର ଯୋଗ୍ୟ ଜିଲ୍ଲାକୁ ବଦଳି କରିବା ପାଇଁ ହାଇକୋର୍ଟ ନିଷ୍ପତ୍ତି ନେଇଥିବା ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ