ETV Bharat / city

ଶ୍ରୀମନ୍ଦିର ସୁରକ୍ଷା ଓ ମରାମତି ପ୍ରସଙ୍ଗ, ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀମନ୍ଦିରର ସୁରକ୍ଷା ଓ ମରାମତି ସମ୍ପର୍କରେ ସାନି ସ୍ଥିତି ଯାଞ୍ଚ କରି ସତ୍ୟପାଠ (Affidavit regarding shri mandir safety)ଦାଖଲ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସତ୍ୟପାଠ ଦାଖଲ କରିବେ ଅମିକସକ୍ୟୁରି । ଅଧିକ ପଢ଼ନ୍ତୁ

author img

By

Published : Aug 24, 2022, 9:09 PM IST

ଶ୍ରୀମନ୍ଦିର ସୁରକ୍ଷା ଓ ମରାମତି ପ୍ରସଙ୍ଗ, ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଶ୍ରୀମନ୍ଦିରର ସୁରକ୍ଷା (Shri Mandir safety concern) ଓ ମରାମତି ସମ୍ପର୍କରେ ସାନି ସ୍ଥିତି ଯାଞ୍ଚ କରି ସତ୍ୟପାଠ ଦାଖଲ(Affidavit regarding shri mandir safety) କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାକୁ ନେଇ ଅମିକସକ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ(high court direction on Shri Mandir) । ଶ୍ରୀମନ୍ଦିର ସ୍ଥିତି ଯାଞ୍ଚ କରି ମାଧ୍ୟମରେ ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ ମୂରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏହି ନିର୍ଦ୍ଦେଶ ଦେଇଛନ୍ତି । ନାଟମଣ୍ଡପରେ ଥିବା ପାର୍ଶ୍ଵ ଦେବଦେବୀଙ୍କ ବିଭିନ୍ନ ମନ୍ଦିର, ମେଘନାଦ ପାଚେରୀ ସହ ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହେବ । ସେହିପରି ଲଗାଣ ବର୍ଷା ଯୋଗୁଁ ବାଇଶି ପାହାଚରେ ପାଣି ଗଡ଼ିବା ଘଟଣା ନେଇ ହାଇକୋର୍ଟରେ ଏକ ମିସ୍‌କେସ୍‌ ଫାଇଲ କରାଯିବ ।

ଖାଲି ଶ୍ରୀମନ୍ଦିର ନୁହେଁ, କୋଣାର୍କ ମନ୍ଦିର ନେଇ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି (Konark safety concern) । କୋଣାର୍କ ମନ୍ଦିରର ସୁରକ୍ଷା ଏବଂ ଜଳବନ୍ଦୀ ସ୍ଥିତି ସମ୍ପର୍କରେ ଯାଞ୍ଚ କରି ସାନି ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ହେବ । ଏହାକୁ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୬ ମସିହାରେ ଏହାକୁ ନେଇ ଏକ ମାମଲା ଦାଖଲ ହୋଇଥିଲା । ଅଭିଷକ ଦାସ ନାମକ ଆବେଦନକାରୀ ଏହି ମାମଲା ଦାଖଲ କରିଥିଲେ । ଏହି ମାମଲାକୁ ଆଇନଜୀବୀ ଆଲୋକ ମହାପାତ୍ର ପରିଚାଳନା କରୁଛନ୍ତି ।

ଏହାକୁ ନେଇ ଆଲୋକ ମହାପାତ୍ର କହିଛନ୍ତି ଯେ, "ଅକ୍ଟୋବର ୧୮ ତାରିଖ ମଧ୍ୟରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସର୍ବେକ୍ଷଣ କରିବେ ଅମିକସକ୍ୟୁରି । ଏହାପରେ ଏହି ମାମଲାର ଶୁଣାଣି ହେବ । ମନ୍ଦିରର କଣ ସମସ୍ୟା ରହିଥିଲା । କେତେ ସମସ୍ୟାର କେତେ ସମାଧାନ ହୋଇଛି । କଣ କଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ ତାହାକୁ ନେଇ ରିପୋର୍ଟ ପ୍ରସ୍ତୁତ ହେବ । ଏହାପରେ ରିପୋର୍ଟ ହାଇକୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ ହେବ । ୨୦୧୯ରେ ମଧ୍ୟ ଅମିକସକ୍ୟୁରି ଏକ ରିପୋର୍ଟ ଦାଖଲ କରିଥିଲେ । କିନ୍ତୁ ଏହାକୁ ସ୍ଥାନୀୟ ପ୍ରତ୍ତ୍ନତତ୍ତ୍ବ ପ୍ରଶାସନ ଅବମାନନା କରୁଛନ୍ତି । ପରବର୍ତ୍ତୀ ଶୁଣାଣିରେ ସ୍ଥାନୀୟ ପ୍ରତ୍ତ୍ନତତ୍ତ୍ବ ପ୍ରଶାସନ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.