ETV Bharat / city

Barsha Anubhab Controversy: ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟକୁ ହାଇକୋର୍ଟଙ୍କ ବାରଣ

author img

By

Published : May 27, 2022, 3:48 PM IST

Updated : May 27, 2022, 5:05 PM IST

କିଛିଦିନ ହେବା ପତ୍ନୀ ବର୍ଷାଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଉଭୟ ବର୍ଷା ଓ ଅନୁଭବ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Barsha Anubhab Controversy: ପରସ୍ପରକୁ ଆକ୍ଷେପ ନକରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ: ପାରିବାରିକ ବିବାଦକୁ ନେଇ ଗତ କିଛିଦିନ ହେବା ପତ୍ନୀ ବର୍ଷାଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏହାକୁ ନେଇ ଆଜି(ଶୁକ୍ରବାର) ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ବର୍ଷା ଓ ଅନୁଭବ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା କିମ୍ବା ଅନୁଭବ ପରସ୍ପର ବିରୋଧରେ କୌଣସି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ପାରିବେ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖରେ କରାଯିବ ।

Barsha Anubhab Controversy: ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟକୁ ହାଇକୋର୍ଟଙ୍କ ବାରଣ

ବାରମ୍ବାର ସୋସିଆଲ ମିଡିଆରେ ଅନୁଭବଙ୍କ ଟାର୍ଗେଟ କରିବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା । ବର୍ତ୍ତମାନ ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ବିଚାରଧୀନ ରହିଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ନାନା କଥା ଚର୍ଚ୍ଚା କରୁଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହାଦ୍ବାରା ବର୍ଷାଙ୍କ ମର୍ଯ୍ୟାଦା ହାନୀ ହେଉଥିବା ନେଇ ହାଇକୋର୍ଟରେ ମାମଲା ରୁୁଜୁ କରିଥିଲେ । କୋର୍ଟରେ ମାମଲା ବିଚାରଧୀନ ରହିଥିବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ କଥା ଚର୍ଚ୍ଚା କରିବା ଆଇନ ମୁତାବକ ଗ୍ରହଣୀୟ ନୁହେଁ । ଏଭଳି ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା ଜାରି କରାଯିବା ଆବଶ୍ୟକ ବୋଲି ବର୍ଷା କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 27, 2022, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.