ETV Bharat / city

ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲା: ମନ୍ଦିର ପ୍ରଶାସନକୁ ଜବାବ ତଲବ କଲେ ହାଇକୋର୍ଟ

author img

By

Published : Oct 18, 2022, 8:07 PM IST

ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲା । ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଆଜି ଶୁଣାଣି କରିଛନ୍ତି ଓଡ଼ିଶା ହାଇକୋର୍ଟ । କେଉଁ କାରଣରୁ ରତ୍ନ ଭଣ୍ଡାର ଖୋଲା ଯାଇନାହିଁ ତାହାକୁ ନେଇ ସତ୍ୟପାଠ ଦାଖଲ କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢ଼ନ୍ତୁ

High court directed to file affidavit to Shri mandir administration on why Ratna Bhandar till not opened
ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲା: ମନ୍ଦିର ପ୍ରଶାସନକୁ ଜବାବ ତଲବ କଲେ ହାଇକୋର୍ଟ

କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର କେବେଠାରୁ ଖୋଲିନାହିଁ ? ଖୋଲା ନଯିବାର କାରଣ କଣ ? ସେ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବା ପାଇଁ ମଙ୍ଗଳବାର ମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସେପଟେ ଶ୍ରୀମନ୍ଦିର ଜଗମୋହନ ମରାମତି ଏବଂ କୋଣାର୍କ ମନ୍ଦିର ସୁରକ୍ଷା ସମ୍ପର୍କିତ ମାମଲା ଉପରେ ଆମିକସକ୍ୟୁରି ବା କୋର୍ଟ ମିତ୍ର ଆଜି ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି । ଜଗମୋହନ ମରାମତି କାମ ଚାଲୁଛି ଏବଂ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ମରାମତି କାମ ଶେଷ ହେବା ନେଇ ASI ତାଙ୍କୁ ଜଣାଇଥିବା ସେ ରିପୋର୍ଟରେ ଦର୍ଶାଇଛନ୍ତି । ସେହିପରି କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ମନ୍ଦିର ଭିତରୁ ବାଲି କଢ଼ାଯିବା କାମ ଆରମ୍ଭ ହୋଇଛି । ତାହା ସମ୍ପୂର୍ଣ୍ଣ ହେଲାପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବେ ବୋଲି ରାଜ୍ୟ ସରକାର ଆଜି ହାଇକୋର୍ଟଙ୍କୁ ଜଣାଇଛନ୍ତି । ଜାନୁଆରୀ 5 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

ସେ କହିଛନ୍ତି, "ରତ୍ନ ଭଣ୍ଡାର ନଖୋଲିବା ପ୍ରସଙ୍ଗକୁ ନେଇ ଚିତ୍ତ ରଞ୍ଜନ ଦାଶଙ୍କ ଖଣ୍ଡପୀଠ ଶ୍ରୀମନ୍ଦିର ପ୍ରଶାସନକୁ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ତିନୋଟି ମାମଲାର ଶୁଣାଣି ହୋଇଛି । ତା ସହିତ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆମିକସକ୍ୟୁରୀ କୋଣାର୍କ ମନ୍ଦିର ଭିତରୁ ବାଲି କଢା ଚାଲିଥିବା ନେଇ ସତ୍ୟପାଠ ଦାଖଲ କରିଛନ୍ତି । ଆଗାମୀ ଶୁଣାଣି ଜାନୁଆରୀ ୫ ତାରିଖରେ ହେବ ।"

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ASI) । ତୁରନ୍ତ ରତ୍ନ ଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ ପାଇଁ ଦାବି କରିଥିଲେ ଜଗନ୍ନାଥ ପ୍ରେମୀ । ଅଗଷ୍ଟ 8 ତାରିଖରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିବା ବେଳେ ଭିତର ରତ୍ନଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏହା ସ୍ଥିତି ଅନୁଧ୍ୟାନ ପାଇଁ ଅନୁମତି ଲୋଡ଼ିଥିଲା ଏଏସଆଇ ।

ଗତ 2018 ମସିହା ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିଲା । ହେଲେ ରତ୍ନଭଣ୍ଡାର ଚାବି ହଜି ଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେବା ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରି ନଥିଲା । ଏଣୁ ସ୍ଥିତି ମଧ୍ୟ ଯାଞ୍ଚ ହୋଇପାରି ନଥିଲା । ତେବେ ତୁରନ୍ତ ଖୋଲି ଭିତର ସ୍ଥିତି ଯାଞ୍ଚ କରିବାକୁ ଅନୁମତି ଦିଆଯାଉ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.