ETV Bharat / city

ଶନିବାର ବାଣ ବିକ୍ରି ନିଷ୍ପତ୍ତି ନେବେ SRC, ନିର୍ଦ୍ଦେଶ ଦେଲେ ହାଇକୋର୍ଟ - SRCଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦୀପାବଳି ପାଇଁ ବାଣ ବିକ୍ରି ପ୍ରସଙ୍ଗ । ଆସନ୍ତାକାଲି(ଶନିବାର) ୧୧ଟା ସୁଦ୍ଧା ନିଷ୍ପତ୍ତି ନେବା ପାଇଁ SRCଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

ବାଣ ବିକ୍ରି ପ୍ରସଙ୍ଗ: ଆସନ୍ତାକାଲି ନିଷ୍ପତ୍ତି ପାଇଁ SRCଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Oct 29, 2021, 2:59 PM IST

କଟକ: ରାଜ୍ୟରେ ସବୁଜ ବାଣ ବିକ୍ରି ନିଷ୍ପତ୍ତି ନେବେ ସ୍ବତନ୍ତ୍ର ରିଲିଫ କମିଶନର । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ଏହା କହିଛନ୍ତି । ଆସନ୍ତାକାଲି(ଶନିବାର) ସକାଳ 11 ଟାରେ SRC, ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶାବଳୀ ଏବଂ କୋଭିଡ଼ ପ୍ରୋଟକଲକୁ ଦୃଷ୍ଟିରେ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଦିନ ୧୧ ଟାରୁ ଆରମ୍ଭ କରି ଦିନ ୧ଟା ମଧ୍ୟରେ ଶୁଣାଣି ଶେଷ କରିବାକୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।

ଶୁଣାଣି ପରେ ଆସନ୍ତା ସୋମବାର ଦିନ ସାଢେ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ, SRC ହାଇକୋର୍ଟରେ ଦାଖଲ କରିବେ। ସେହିଦିନ ଅପରାହ୍ନ ୨ଟା ସମୟରେ ହାଇକୋର୍ଟ ମାମଲାର ଚୂଡାନ୍ତ ଶୁଣାଣି କରିବେ ବୋଲି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.