ETV Bharat / city

ବହୁ ଚର୍ଚ୍ଚିତ ପୁରୀ ହାଜତ ମୃତ୍ୟୁ ଘଟଣା: ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ - ପୁରୀ ହାଜତ ମୃତ୍ୟୁ ଘଟଣା

ବହୁ ଚର୍ଚ୍ଚିତ ପୁରୀ ବାସେଳୀ ସାହି ଥାନାରେ କେ ରମେଶଙ୍କ ହାଜତ ମୃତ୍ୟୁ ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହୋଇକୋର୍ଟ । ପୁରୀ JMFC କୋର୍ଟଙ୍କ ତଥ୍ୟକୁ ଆଧାର କରି ନିଷ୍ପତ୍ତି। ଅଧିକ ପଢନ୍ତୁ...

ବହୁଚର୍ଚ୍ଚିତ ପୁରୀ ହାଜତ ମୃତ୍ୟୁ ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ

author img

By

Published : Aug 19, 2021, 7:27 PM IST

କଟକ: ବହୁ ଚର୍ଚ୍ଚିତ ପୁରୀ ବାସେଳୀସାହି ଥାନାରେ କେ ରମେଶଙ୍କ ହାଜତ ମୃତ୍ୟୁ ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଉଚ୍ଚନ୍ୟାୟାଳୟ। ପୁରୀ JMFC କୋର୍ଟ ପକ୍ଷରୁ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । କେ ରମେଶଙ୍କ ମୃତ୍ୟୁ ହାଜତରେ ହୋଇ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିବାରୁ ଏହାକୁ ମଧ୍ୟ କୋର୍ଟ ଆଧାରର ମାମଲାରେ ଅନ୍ତ ଘଟାଇଛନ୍ତି ।

ବହୁଚର୍ଚ୍ଚିତ ପୁରୀ ହାଜତ ମୃତ୍ୟୁ ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ

ତଦନ୍ତ ସମୟରେ ପୁରୀ JMFC କୋର୍ଟ 22ଜଣ ସାକ୍ଷ୍ୟ ଗ୍ରହଣ କରିବା ପରେ ଅନେକ ଦଲିଲ ଓ ଦସ୍ତାବିଜକୁ ମଧ୍ୟ ଅନୁଧ୍ୟାନ କରାଯାଇଛି । ଭିଡ଼ିଓ ଫୁଟେଜ ଭଳି 4ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଅନୁଧ୍ୟାନ କରି ପୁରୀ JMFC କୋର୍ଟ ଏହି ରିପୋର୍ଟ ଦାଖଲ କରିଛନ୍ତି । ତେବେ ସବଡ୍ୟୁରାଲ ହେମାଟୋମା ଜନିତ ରକ୍ତସ୍ରାବ ଯୋଗୁଁ ରମେଶଙ୍କ ମୃତ୍ୟୁ ହୋଇଥିବା ନେଇ କୋର୍ଟଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି ।

ସମସ୍ତ ତଥ୍ୟକୁ ଆଧାର କରି ପୋଲିସ ହେପାଜତରେ କେ ରମେଶଙ୍କ ମୃତ୍ୟୁ ହୋଇନାହିଁ କହିବା ସହ ପୁରୀ JMFC ରିପୋର୍ଟକୁ ଆଧାର କରି ହାଇକୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି । କେ ରମେଶଙ୍କ ମୃତ୍ୟୁ ବାସେଳୀସାହି ଥାନା ହାଜତରେ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ତାଙ୍କୁ ଗିରଫ କରିବାକୁ ଯାଇ ଧସ୍ତାଧସ୍ତି ସମୟରେ ସେ ତଳେ ପଡି ଯାଇଥିଲେ । ମୁଣ୍ଡରେ ଆଘାତ ଜନିତ କାରଣରୁ ତାଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.