ETV Bharat / city

ଖାତାଦେଖିବା ପାଇଁ ନିୟୋଜିତ ହୋଇଥିବା ଶିକ୍ଷକଙ୍କ ଖାଇବା ରହିବା ସୁବିଧା କର : ହାଇକୋର୍ଟ - କଟକ ଖବର

ଖାତାଦେଖିବା ପାଇଁ ନିୟୋଜିତ ହୋଇଥିବା ଶିକ୍ଷକଙ୍କ ଖାଇବା ରହିବା ସୁବିଧା କର । ଏନେଇ ନିର୍ଦ୍ଦେଶ ଦେଲା ହାଇକୋର୍ଟ । ଅଧିକ ପଢନ୍ତୁ...

hc order
ହାଇକୋର୍ଟ
author img

By

Published : May 15, 2020, 11:14 PM IST

କଟକ: ୧୦ କିଲୋମିଟର ପରିଧି ବାହାରେ ଖାତାଦେଖା ପାଇଁ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ରହିବା, ଖାଇବାର ସୁବିଧା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖାତା ଦେଖିବା ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ କହିଛନ୍ତି ହାଇକୋର୍ଟ । ଲକଡାଉନ ସମୟରେ ଖାତାଦେଖା ପାଇଁ ୬୦ଟି କେନ୍ଦ୍ର କରାଯାଇଥିଲାବେଳେ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ଦର୍ଶାଇ ଓଷ୍ଟା ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ଶିକ୍ଷକ ସଂଘ ଦର୍ଶାଇଥିଲା ଯେ ଖାତାଦେଖା ପାଇଁ ମାତ୍ର ୬୦ଟି କେନ୍ଦ୍ର କରାଯାଇଥିଲା ବେଳେ ନିୟୋଜିତ ଶିକ୍ଷକ ମାନଙ୍କ ସୁବିଧା ପାଇଁ ବୋର୍ଡ କୌଣସି ବ୍ୟବସ୍ଥା କରିନାହାନ୍ତି ।

ଏପରିକି ଜଣେ ଶିକ୍ଷକ ପ୍ରତ୍ୟକ ଦିନ ୫୦ କିଲୋମିଟରରୁ ଅଧିକ ଦୂରରୁ ଆସି ଖାତାଦେଖିବ । ବର୍ତ୍ତମାନ ସମୟରେ କୌଣସି ସ୍ଥାନରେ ହୋଟେଲ ଖୋଲା ନଥିବାରୁ ଖାଇବାର ସୁବିଧା ମଧ୍ୟ କରାଯାଇନାହିଁ । ସେହିପରି ଖାତାଦେଖା କେନ୍ଦ୍ର ୬୦ ରହିଥିଲା ବେଳେ ଖାତାଦେଖିବା ପାଇଁ ୨୨ ହଜାରରୁ ଅଧିକ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ଫଳରେ କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ହୋଇପାରିବ ନାହିଁ । ତେବେ ଏହି ସମସ୍ତ ମୌଳିକ ସୁବିଧା ଯୋଗାଇବା ପାଇଁ ଶିକ୍ଷକ ସଂଘ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ଏହାର ଶୁଣାଣି କରି ୧୦ କିଲୋମିଟର ଦୂରତାରୁ ଆସୁଥିବା ଶିକ୍ଷକ ମାନଙ୍କର ରହିବା ସହ ଖାଇବା ବ୍ୟବସ୍ଥା କରିବାକୁ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖାତାଦେଖା ପ୍ରକ୍ରିୟା । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ୨୨ ହଜାରରୁ ଅଧିକ ଶିକ୍ଷକ ଖାତା ଦେଖିବେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.