ETV Bharat / city

କୋଭିଡ ଆଣିଲା ଦୁଃଖ, ଜିମ୍ ବନ୍ଦ ପରେ ଚିନ୍ତାରେ ମାଲିକ - କଟକ ଜିମ

ଲକଡାଉନ ବଳ ବତ୍ତର ଥିବା ବେଳେ ଜିମ ସେଣ୍ଟର ଗୁଡିକ ବନ୍ଦ ରହିଛି । ଫଳରେ ଭୁଶୁଡିବାର ଲାଗିଲାଣି ଜିମ ବ୍ୟବସାୟ । ଅନେକ ଟ୍ରେନର୍ସ ରୋଜଗାର ହରାଇ ଏବେ ଘରେ ବସି ରହିଛନ୍ତି । ଅଧିକ ପଢନ୍ତୁ...

କୋଭିଡ ଆଣିଲା ଦୁଃଖ, ଜିମ୍ ବନ୍ଦ ପରେ ଚିନ୍ତାରେ ମାଲିକ

author img

By

Published : Jun 11, 2021, 2:17 PM IST

Updated : Jun 11, 2021, 3:21 PM IST

କଟକ: କୋରୋନାର ଦ୍ବିତୀୟ ଲହର ଯୋଗୁଁ ରାଜ୍ୟରେ ଲକଡାଉନ ଏବେ ଜାରି ରହିଛି । ଫଳରେ ପ୍ରତିଟି କ୍ଷେତ୍ରରେ ଏବେ କୋରୋନା କଟକଣା ଲାଗିଛି । ବ୍ୟବସାୟୀକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଦୋକାନ, ମଲ, ସଭା ସମାବେଶ ଉପରେ କଟକଣା ଲାଗିଛି । ଫଳରେ ଅନେକ ଲୋକ ନିଜର ଜୀବନ ଜୀବିକାକୁ ହରାଇ ଏବେ ଚିନ୍ତାରେ ଅଛନ୍ତି । ଏଥିରୁ ବର୍ତ୍ତି ପାରିନାହିଁ ରାଜ୍ୟରେ ଥିବା ଜିମ୍ ସେଣ୍ଟର ଗୁଡିକ । ରାଜ୍ୟରେ ଏବେ ଭୁଶୁଡିବାର ଲାଗିଲାଣି ଜିମ ବ୍ୟବସାୟ ।

କୋଭିଡ ଆଣିଲା ଦୁଃଖ, ଜିମ୍ ବନ୍ଦ ପରେ ଚିନ୍ତାରେ ମାଲିକ

କୋଭିଡର ପ୍ରଥମ ଲହରରେ ଯେତିକି କ୍ଷତି ହୋଇଥିଲା ଦ୍ବିତୀୟ ଲହରରେ ଏବେ ସୀମା ଲଙ୍ଘି ସାରିଛି । ଲକଡାଉନ ଓ ସଟଡାଉନ ଯୋଗୁଁ ଏବେ ଜିମ ବନ୍ଦ ରହିଛି । ଫଳରେ ଅନେକ ଟ୍ରେନର୍ସ ସେମାନଙ୍କ ରୋଜଗାର ହରାଇଛନ୍ତି ଓ ଶହ ଶହ ଗ୍ରାହକ ଏବେ ଅଭ୍ୟାସରୁ ବଞ୍ଚିତ ହୋଇଛନ୍ତି । ଗୋଟିଏ ପଟେ ସରକାର କୋଭିଡ ମୁକାବିଲା କରୁଥିଲା ବେଳେ ଏପଟେ ଅନେକ ଜୀବନ ଜୀବିକା ଏବେ ଠପ ହୋଇଛି ।

ଅନ୍ୟପଟେ ଜିମ ବ୍ୟବସାୟ ବନ୍ଦ କରିବା ସରକାରଙ୍କ ଉଚିତ ପଦକ୍ଷେପ । କିନ୍ତୁ ଅନଲାଇନ ମଦ କାରବାର କରିବା କଣ ଠିକ । ଏପରି କିଛି ପ୍ରଶ୍ନ କରିଛନ୍ତି ଜିମ ବ୍ୟବସାୟୀ ସଙ୍ଘ ର ସଭାପତି। କୋଭିଡ ସମୟରେ ଜିମ ରେ ଅଭ୍ୟାସ ଯଦି କିଛି ମାତ୍ରାରେ ହୋଇ ପାରନ୍ତା ତେବେ ଇମ୍ୟୁନିଟି ବଢିବା ସହ ଶରୀର ମଧ୍ୟ ଫିଟ ରୁହନ୍ତା । ହେଲେ ମଦ ଦେଇକି ଶରୀର ନଷ୍ଟ କରିବା ଏହା କେଉଁ ଦିଗକୁ ଇଙ୍ଗିତ କରୁଛି ବୋଲି ସିଧାସଳଖ କହିଛନ୍ତି ସଭାପତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jun 11, 2021, 3:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.