ETV Bharat / city

ଖୋଲିଲା ଜିମ, ଅନଲକ 3 ଗାଇଡଲାଇନକୁ ଫୋକସ

author img

By

Published : Aug 5, 2020, 7:36 PM IST

ଅନଲକ 3 ଜାରି ହେବା ପରେ ବୁଧବାର ଖୋଲିଛି ଜିମ। ଦୀର୍ଘ ମାସ ଧରି ବନ୍ଦ ପଡିଥିବା ଏହି ଅନୁଷ୍ଠାନ ପୁଣି ଖୋଲିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଜିମ ଖୋଲିଛି । ଅଧିକ ପଢନ୍ତୁ...

ଖୋଲିଲା ଜିମ, ଅନଲକ 3 ଗାଇଡଲାଇନକୁ ଫୋକସ
ଖୋଲିଲା ଜିମ, ଅନଲକ 3 ଗାଇଡଲାଇନକୁ ଫୋକସ

କଟକ: ଅନଲକ 3 ଜାରି ହେବା ପରେ ଆଜିଠୁ ଖୋଲିଛି ଜିମ । ଦୀର୍ଘ ପାଞ୍ଚ ମାସ ଧରି ବନ୍ଦ ପଡିଥିବା ଏହି ଅନୁଷ୍ଠାନ ପୁଣିଥରେ ଖୋଲାଯାଇଛି । ମହାମାରୀ କୋରୋନା ଯୋଗୁଁ ଖାଁ ଖାଁ ରହିଥିଲା ଜିମ ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନଲକ 3 ଗାଇଡ଼ଲାଇନ ଅନୁସାରେ ଜିମ ଖୋଲାଯାଇଛି । ତେବେ ଜିମରେ ଝାଳକୁ ନେଇ ଯେଉଁ ଚିନ୍ତା ରହିଥିଲା, ତାହା ଦୂର ହୋଇଛି । ସମସ୍ତ ପ୍ରକାରର କୋରୋନା କଟକଣାକୁ ପାଳନ କରି ଜିମ ଚଲାଇବା ପାଇଁ ଜିମ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି । ଜିମକୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ ସହିତ ଟେମ୍ପ୍ରେଚର ମପାଯିବ । ଏହା ସହିତ ସାନିଟାଇଜ ଓ ସାମାଜିକ ଦୂରତା ଉପରେ ମୁଖ୍ୟ ଦୃଷ୍ଟି ଦିଆଯିବା ବୋଲି ଜିମ ମାଲିକ କହିଛନ୍ତି । ପ୍ରତି ଏକ ଘଣ୍ଟାପରେ ଜିମକୁ ସାନିଟାଇଜ କରାଯିବ । ଜିମରେ ସମସ୍ତ ପ୍ରକାରର କୋରୋନା ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଜିମ ମାଲିକ କହିଛନ୍ତି ।

ଖୋଲିଲା ଜିମ, ଅନଲକ 3 ଗାଇଡଲାଇନକୁ ଫୋକସ

ଜିମ୍ ମାଲିକମାନଙ୍କୁ ପ୍ରତି ବ୍ୟକ୍ତିଙ୍କ ପାଇଁ ଚାରି ମିଟର ଦୂରତା ରହିବା ପାଇଁ ଏବଂ ଯନ୍ତ୍ରପାତି ଗୁଡିକ ଛଅ ଫୁଟ ଦୂରରେ ରଖିବା ପାଇଁ କେନ୍ଦ୍ର କହିଛି । କାନ୍ଥରେ ଉପଯୁକ୍ତ ଦିଗ ଚିହ୍ନ ସହିତ ବିଲ୍ଡିଂ ଭିତରକୁ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ନିର୍ଦ୍ଦିଷ୍ଟ ପଥ ସୃଷ୍ଟି କରିବାକୁ କେନ୍ଦ୍ର ଏବଂ ଜିମ୍ ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.