ETV Bharat / city

କଟକରେ ବାଣ ବେପାରକୁ ଗ୍ରୀନ ସିଗନାଲ - Cuttack News

କଟକରେ ଚଳିତ ବର୍ଷ ବାଣ ବେପାରକୁ ଅନୁମତି ଦିଆଯିବ । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଡିସିପି । ଅଧିକ ପଢନ୍ତୁ...

କଟକରେ ବାଣ ବେପାରକୁ ଗ୍ରୀନ ସିଗନାଲ
କଟକରେ ବାଣ ବେପାରକୁ ଗ୍ରୀନ ସିଗନାଲ
author img

By

Published : Nov 2, 2020, 1:29 PM IST

କଟକ: ଚଳିତବର୍ଷ ଦୀପାବଳି ପାଇଁ କଟକରେ ବାଣ ବେପାରକୁ ଅନୁମତି ମିଳିବ । କୋଭିଡ କଟକଣା ମାନି ବାଣ ବ୍ୟବସାୟୀ ବେପାର କରିବେ । ଖୁବଶୀଘ୍ର ସେମାନଙ୍କୁ ବ୍ୟବସାୟ ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ ସ୍ପଷ୍ଟ କରିଛନ୍ତି ।

ଚଳିତବର୍ଷ କୋରୋନା ସଂକ୍ରମଣ ପାଇଁ ପାର୍ବଣ ଋତୁ ଏକ ପ୍ରକାର ଫିକା ପଡିଯାଇଛି । ପ୍ରଥମେ ଗଣେଶ ପୂଜା ପରେ ଦଶହରା ଓ ଏବେ କାଳୀପୂଜା ମଧ୍ୟ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏହାରି ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା କି ଚଳିତବର୍ଷ ଆଲୋକର ପର୍ବ ଦୀପାବଳି ପାଳନ ହେବ ନା ନାହିଁ ।

କଟକରେ ବାଣ ବେପାରକୁ ଗ୍ରୀନ ସିଗନାଲ

ତେବେ ଏସବୁ ପ୍ରସଙ୍ଗ ଉପରେ ଆଜି ଏକ ପ୍ରକାର ଅନ୍ତ ଘଟାଇଛନ୍ତି କଟକ ଡିସିପି । ଗତବର୍ଷ ଯେପରି ବାଣ ବ୍ୟବସାୟ ହେଉଥିଲା, ସେହିପରି ଚଳିତବର୍ଷ ମଧ୍ୟ କୋଭିଡ କଟକଣା ମାନି ବ୍ୟବସାୟ କରିବା ପାଇଁ ସମସ୍ତ ବାଣ ବ୍ୟବସାୟୀମାନଙ୍କୁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି । ଖୋଲା ସ୍ଥାନ ଗୁଡିକରେ ବାଣ ବ୍ୟବସାୟ କରାଯିବ ବୋଲି ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.