ETV Bharat / city

ସରକାରଙ୍କ ନୂଆ ଡ୍ରାଇଭ; ଏସସିବିରୁ ହଟିବେ ଦଲାଲ

ଏସସିବି ହସ୍ପିଟାଲ ଦଲାଲ ଗିରଫ ହେବା ପ୍ରସଙ୍ଗ । ଦଲାଲଙ୍କୁ ହଟାଇବାକୁ ସରକାର କରୁଛନ୍ତି ନୂଆ ଡ୍ରାଇଭ । ଦୋଷୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

ଏସସିବିରୁ ହଟିବେ ଦଲାଲ
ଏସସିବିରୁ ହଟିବେ ଦଲାଲ
author img

By

Published : Apr 3, 2021, 2:50 PM IST

କଟକ: ଏସସିବିରୁ ଦଲାଲ ଗିରଫ ଘଟଣା । ରୋଗୀଙ୍କୁ ପ୍ରଲୋଭନ ଓ ପ୍ରବର୍ତ୍ତାଇ ବେସରକାରୀ ହସ୍ପିଟାଲକୁ ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ପ୍ରତି ବିଭାଗରେ ରହିବ ବୋର୍ଡ । ଆଉ ଏଭଳି ଦଲାଲଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ଜେଲ ଦଣ୍ଡ ଭୋଗିପାରନ୍ତି ଦୋଷୀ ।

ଏସସିବିରୁ ହଟିବେ ଦଲାଲ

ଆମ୍ବୁଲାନ୍ସ ସେବାରେ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ ତାଗିଦ କରାଯାଇଛି । ଏସସିବି ପରିସରକୁ ମଧ୍ୟ ରୋଗୀ ଆଣିବା ପରେ ସେଠାରେ ସେମାନଙ୍କୁ ଆଉ ରହିବାକୁ ପ୍ରଶୟ ମିଳିବ ନାହିଁ । କାରଣ ଗତକାଲି ଏସସିବିରୁ ଗିରଫ ହୋଇଥିବା ସମସ୍ତ 6 ଦଲାଲ ଆମ୍ବୁଲାନ୍ସ ଡ୍ରାଇଭର ରହିଛନ୍ତି ।

ସରକାରଙ୍କ ଏହି ଦଲାଲ ମୁକ୍ତ ଡ୍ରାଇଭରେ କାର୍ଯ୍ୟାନୁଷ୍ଠାନ କଡାକଡି ହେଉଛି । ଏହାସହ ଯେଉଁ ବିଭାଗର କର୍ମଚାରୀଙ୍କ ମଧ୍ୟ ଏହି ଦଲାଲ ଗିରିରେ ସମ୍ପୃକ୍ତି ଖବର ଆସେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.