ETV Bharat / city

ଅବହେଳିତ ଅବସ୍ଥାରେ କଟକସ୍ଥିତ ସ୍ବାଧୀନତା ସଂଗ୍ରାମର 2ସ୍ମାରକୀ - ଜାନକୀନାଥ ଭବନ

କଟକ ଜିଲ୍ଲାରେ ରହିଛି ସ୍ବାଧୀନତା ଆନ୍ଦୋଳନର ଦୁଇଟି ସ୍ମାରକୀ । ଗୋଟିଏ ସ୍ବରାଜ ଆଶ୍ରମ ଓ ଅନ୍ୟଟି ଜାନକୀନାଥ ଭବନ । ତେବେ ଏହି ଦୁଇ ଆଶ୍ରମ ଏବେ ଅବହେଳିତ ଅବସ୍ଥାରେ ପଡିଛି ।

ଡିଜାଇନ ଫଟୋ
author img

By

Published : Aug 16, 2019, 8:07 PM IST

କଟକ: ଜିଲ୍ଲାରେ ରହିଛି ସ୍ବାଧୀନତା ସଂଗ୍ରାମର ଦୁଇଟି ସ୍ମାରକୀ । ଗୋଟିଏ ସ୍ବରାଜ ଆଶ୍ରମ ଓ ଅନ୍ୟଟି ଜାନକୀନାଥ ଭବନ । ସ୍ବରାଜ ଆଶ୍ରମରେ ରାତି ବିତାଇ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଏପଟେ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନରେ ଜନ୍ମ ନେଇଥିଲେ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ତେବେ ସ୍ବାଧୀନତା ସଂଗ୍ରାମର ଏହି ଦୁଇ ସ୍ମାରକୀ ଏବେ ଅବହେଳିତ । ସର୍ବହରା ହୋଇପଡିଛି ସ୍ବରାଜ ଆଶ୍ରମ । ଏପଟେ ଜାନକୀ ଭବନକୁ ଯିବାକୁ ଭଲ ରାସ୍ତା ଖଣ୍ଡେ ବି ନାହିଁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ

ତେବେ ଭାରତୀୟ ସ୍ବାଧୀନତା ସଂଗ୍ରାମର କେନ୍ଦ୍ର ସ୍ଥଳୀ ଥିଲା ସ୍ବରାଜ ଆଶ୍ରମ । ଗାନ୍ଧୀ ଯେତେବେଳେ ଓଡିଶା ଗସ୍ତରେ ଆସୁଥିଲେ, ଏହି ସ୍ବରାଜ ଆଶ୍ରମ ରହୁଥିଲେ । ଗାନ୍ଧୀ 7ଥର ଓଡିଶା ଆସିଥିବା ବେଳେ ପାଖାପାଖି 4 ଥର ସେ ଏହି ଆଶ୍ରମରେ ରହିଛନ୍ତି । 1921 ମାର୍ଚ୍ଚ 23ରେ ପ୍ରଥମଥର ପାଇଁ ସେ କଟକ ଆସିଥିଲେ । ପୁରିଘାଟ ନିକଟରେ ଥିବା ବାଲି ପଡ଼ିଆରେ ଆୟୋଜିତ ଏକ ବିଶାଳ ଜନ ସଭାରେ ସେ ଯୋଗ ଦେଇଥିଲେ । ଗାନ୍ଧୀଙ୍କ ଏହି ପ୍ରଥମ ଗସ୍ତରେ ତାଙ୍କୁ ପାଖାପାଖି ଲକ୍ଷେରୁ ଅଧିକ ଲୋକ ସ୍ୱାଗତ କରିଥିଲେ । ଗାନ୍ଧୀଙ୍କୁ ଦେଖିବା ପାଇଁ ଏତେ ଭିଡ଼ ହୋଇଥିଲା ଯେ, ସ୍ବରାଜ ଆଶ୍ରମକୁ ଆସିବାପାଇଁ ତାଙ୍କୁ 3 ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।

ତେବେ ଗାନ୍ଧିଜୀ ରାତ୍ର ସମୟରେ ଏହି ଆଶ୍ରମରେ ହିଁ ରାତ୍ର ଜୀବନ କାଟିଥିଲେ । ତେବେ ଏହି ସ୍ଥାନ ଏବେ ଅବହେଳିତ ଅବସ୍ଥାରେ । ଯେତିକି ବିକଶିତ ହେବା କଥା ଏହା ସେତିକି ହେଇପାରି ନାହିଁ । ବିକାଶ କେବଳ ଘୋଷଣାରେ ହିଁ ରହିଯାଇଛି । ଏହା ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ହୋଇପାରିଲେ, ଗାନ୍ଧିଜୀଙ୍କ ପ୍ରତି ଏହା ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମତ ପ୍ରକାଶ ପାଇଛି ।

ସେହିପରି ଅନ୍ୟତମ ସ୍ବାଧୀନତା ସଂଗ୍ରାମୀଙ୍କ କଥା କହିଲେ ନେତାଜୀ ସୁବାଷ ବୋଷଙ୍କ କଥା ମନେପଡେ । 1897 ମସିହା ଜାନୁଆରୀ 23 ତାରିଖରେ କଟକ ଓଡ଼ିଆବଜାର ସ୍ଥିତ ଜାନକୀନାଥ ଭବନରେ ସେ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍ସା କଲିଜିଅଟ ସ୍କୁଲରେ ପାଠ ପଡିବା ସମୟରେ ନାରାୟଣ ପ୍ରସାଦ ମହାନ୍ତି ଓ ପ୍ରଧାନ ଶିକ୍ଷକ ବେଣୀମାଧବ ଦାଶଙ୍କ ଦ୍ଵାରା ସେ ପ୍ରଭାବିତ ହୋଇ ତାଙ୍କ ମନରେ ଦେଶାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥିଲା । ବ୍ରିଟିଶମାନଙ୍କଠାରୁ କିଭଳି ଦେଶକୁ ସ୍ୱାଧୀନ କରିବେ ସେହି ଭାବନା ତାଙ୍କ ମନରେ ସୃଷ୍ଟି ହୋଇଥିଲା । ପରେ ସ୍ବାମୀ ବିବେକାନନ୍ଦଙ୍କ ସଂସ୍ପର୍ଶରେ ଆସି ତାଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୋଇଥିଲା । ବ୍ରିଟିଶମାନଙ୍କ ବିରୋଧରେ ତାଙ୍କ ମନରେ ଏତେ ଘୃଣା ଆସିଥିଲା ଯେ ଦେଶକୁ ସ୍ୱାଧୀନତା ଦେବା ପାଇଁ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା ।

ତେବେ ତାଙ୍କ ଜୀବନର ଅନେକ ତଥ୍ୟ ଏବେବି ସଂଗୃହିତ ହୋଇ ରହିଛି ତାଙ୍କ ସଂଗ୍ରହାଳୟରେ । ସଂଗ୍ରହାଳୟର 12 ଟି ଗ୍ୟାଲେରିରେ ସେ ସବୁ ରଖାଯାଇଛି । ଏହା ଦ୍ୱାରା ଆଗାମୀ ଯୁବ ପୀଢ଼ିଙ୍କ ମଧ୍ୟରେ ଦେଶାତ୍ମକ ଭାବନା ସୃଷ୍ଟି ହେବ । ସବୁଠାରୁ ବଡ଼ କଥା ହେଉଛି ଏହି ସ୍ଥାନକୁ ଯିବାପାଇଁ ପ୍ରବେଶ ପଥ ସଂକୀର୍ଣ୍ଣ ହୋଇଥିବାରୁ, ଏଠାକୁ କମ ପର୍ଯ୍ୟଟକ ଆସୁଥିବା ଅଭିଯୋଗ ହୋଇଛି ।

ତେବେ ଏହି ଦୁଇ ସ୍ମାରକୀକୁ ଯେମିତି ଭୁଲିଯାଇଛନ୍ତି ସରକାର । ଦିନକୁ ଦିନ ଏଠାକୁ କମିବାରେ ଲାଗୁଛି ପର୍ଯ୍ୟଟକଙ୍କ ସଂଖ୍ୟା । ତେଣୁ ଏହି ସ୍ମାରକୀ ପ୍ରତି ଏବେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦାବି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକରେ ସ୍ବାଧୀନତା ଆନ୍ଦୋଳନର ଦୁଇ ସ୍ମାରକୀ।ଗୋଟିଏ ସ୍ୱରାଜ ଆଶ୍ରମ ଓ ଅନ୍ୟଟି ଜାନକୀନାଥ ଭବନ।ଏହି ଦୁଇ ଅନୁଷ୍ଠାନ ଆଜି ବି ଅବହେଳିତ ଅବସ୍ଥାରେ।ଏହି ଅନୁଷ୍ଠାନକୁ ସରକାର ଯେତିକି ଗୁରୁତ୍ୱ ଦେବା କଥା ସେତିକି ଦେଉନଥିବା ଅଭିଯୋଗ ହୋଇଛି।ତେବେ ସ୍ୱରାଜ ଆଶ୍ରମରେ ଗାନ୍ଧୀ ରାତ୍ରି ବିତାଇ ଥିଲା ବେଳେ , ଓଡ଼ିଆ ବଜାରରେ ଥିବା ଜାନକୀନାଥ ଭବନ ରେ ଜନ୍ମ ନେଇଥିଲେ ଜନ୍ମ ନେଇଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ।ଏହି ଦୁଇ ଅନୁଷ୍ଠାନକୁ କିଭଳି ଜାତୀୟ ସ୍ମାରକିର ମାନ୍ୟତା ପ୍ରଦାନ କରାଯିବ ସେ ଦିଗରେ ସରକାର ଯତ୍ନବାନ ହେବାକୁ ଉଠିଛି।

Body:(ଭିଓ - ୧) ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ କେନ୍ଦ୍ର ସ୍ଥଳୀ ଥିଲା ସ୍ୱରାଜ ଆଶ୍ରମ।ଗାନ୍ଧି ଯେତେବେଳେ ଓଡିଶା ଗ୍ରସ୍ଥରେ ଆସୁଥିଲେ ,ଏହି ସ୍ୱରାଜ ଆଶ୍ରମ ଥିଲା ତାଙ୍କ ରହଣି ସ୍ଥାନ।କହିବାକୁ ଗଲେ ଗାନ୍ଧୀ 7 ଥର ଓଡିଶା ଆସିଥିବାବେଳେ ପାଖାପାଖି 4 ଥର ସେ ଏହି ଆଶ୍ରମରେ ରହିଛନ୍ତି।1921 ମାର୍ଚ୍ଚ 23 ରେ ପ୍ରଥମ ଥର ପାଇଁ ସେ କଟକ ଆସିଥିଲେ।ପୁରିଘାଟ ନିକଟରେ ଥିବା ବାଲି ପଡ଼ିଆରେ ଆୟୋଜିତ ଏକ ବିଶାଳ ଜନ ସଭାରେ ସେ ଯୋଗ ଦେଇଥିଲେ।ଗାନ୍ଧୀଙ୍କ ଏହି ପ୍ରଥମ ଗ୍ରସ୍ଥରେ ତାଙ୍କୁ ପାଖାପାଖି ଲକ୍ଷ ରୁ ଅଧିକ ଲୋକ ସ୍ୱାଗତ କରିଥିଲେ।ଗାନ୍ଧୀ ଙ୍କୁ ଦେଖିବା ପାଇଁ ଏତେ ଭିଡ଼ ହୋଇଥିଲା ଯେ ,ସ୍ୱରାଜ ଆଶ୍ରମକୁ ଆସିବାପାଇଁ ତାଙ୍କୁ 3 ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।ତେବେ ଗାନ୍ଧିଜୀ ରାତ୍ର ସମୟରେ ଏହି ଆଶ୍ରମରେ ହିଁ ରାତ୍ରଜୀବନ କାଟିଥିଲେ।ତେବେ ଏହି ସ୍ଥାନ ଏବେ ଅବହେଳିତ ଅବସ୍ଥାରେ।ଯେତିକି ବିକଶିତ ହେବା କଥା ଏହା ସେତିକି ହେଇପାରି ନାହିଁ।ବିକାଶ କେବଳ ଘୋଷଣାରେ ହିଁ ରହି ଯାଇଛି।ଏହା ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ହୋଇପାରିଲେ,ଗାନ୍ଧିଜୀଙ୍କ ପ୍ରତି ଏହା ଇପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଦାବି ହୋଇଛି।

ବାଇଟ - ଅରୁଣ ପଣ୍ଡା,ବରିଷ୍ଠ ସାମ୍ବାଦିକ।

(ଭିଓ - ୨)ସେହିପରି ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ଙ୍କ କଥା କହିଲେ ନେତାଜୀ ସୁବାଷ ବୋଷ ଙ୍କ କଥା ମନେ ପଡେ।1897 ମସିହା ଜାନୁଆରୀ 23 ତାରିଖ ରେ କଟକ ଓଡ଼ିଆବଜାର ସ୍ଥିତ ଜାନକୀନାଥ ଭବନରେ ସେ ଜନ୍ମ ଗ୍ରହଣ କରିଥିଲେ। ରେଭେନ୍ଶା କଲିଜିଅଟ ସ୍କୁଲ ରେ ପାଠ ପଡିବା ସମୟରେ ନାରାୟଣ ପ୍ରସାଦ ମହାନ୍ତି ଓ ପ୍ରଧାନ ଶିକ୍ଷକ ବେଣୀମାଧବ ଦାଶ ଙ୍କ ଦ୍ଵାରା ସେ ପ୍ରଭାବିତ ହୋଇ ତାଙ୍କ ମନରେ ଦେଶାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥିଲା।ବ୍ରିଟିଶ ମାନଙ୍କ ଠାରୁ କିଭଳି ଦେଶକୁ ସ୍ୱାଧୀନ କରିବେ ସେହି ଭାବନା ତାଙ୍କ ମନରେ ସୃଷ୍ଟି ହୋଇଥିଲା।ପରେ ସ୍ବାମୀ ବିବେକାନନ୍ଦ ଙ୍କ ସଂସ୍ପର୍ଶରେ ଆସି ତାଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୋଇଥିଲା।ବ୍ରିଟିଶ ମାନଙ୍କ ବିରୋଧରେ ତାଙ୍କ ମନରେ ଏତେ ଘୃଣା ଆସିଥିଲା ଯେ ଦେଶ କୁ ସ୍ୱାଧୀନତା ଦେବା ପାଇଁ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା।କହିବାକୁ ଗଲେ ଦେଶକୁ ସ୍ୱାଧୀନ ଦେବାରେ ତାଙ୍କର ଭୂମିକା ଅତୁଳନୀୟ।ତେବେ ତାଙ୍କ ଜୀବନର ଅନେକ ତଥ୍ୟ ଏବେବି ସଂଗୃହିତ ହୋଇ ରହିଛି ତାଙ୍କ ସଂଗ୍ରହାଳୟରେ।ସଂଗ୍ରହାଳୟ ର 12 ଟି ଗ୍ୟାଲେରିରେ ତାଙ୍କ ଜୀବନୀ ବିଷୟରେ ରଖାଯାଇଛି।ଏହାଦ୍ୱାରା ଆଗାମୀ ଯୁବ ପିଢ଼ି ଙ୍କ ମଧ୍ୟରେ ଦେଶାତ୍ମକ ଭାବନା ସୃଷ୍ଟି ହେବ ।ସବିଠାରୁ ବଡ଼ କଥା ହେଉଛି ଏହି ସ୍ଥାନକୁ ଯିବାପାଇଁ ପ୍ରବେଶ ପଥ ସଂକୀର୍ଣ୍ଣ ହୋଇଥିବାରୁ ,ଏଠାକୁ କମ ପର୍ଯ୍ୟଟକ ଆସୁଥିବା ଅଭିଯୋଗ ହୋଇଛି।

ବାଇଟ - ଜ୍ୟୋତି ଦାସ,ନେତାଜୀ ସଂଗ୍ରହାଳୟ ସଦସ୍ୟ।

Conclusion:ସ୍ୱରାଜ ଆଶ୍ରମ ଏବଂ ଜାନକୀନାଥ ଭବନ ରେ ଦିନକୁ ଦିନ କମିବାରେ ଲାଗୁଛି ପର୍ଯ୍ୟଟକ ଙ୍କ ସଂଖ୍ୟା।ଏହି ଦୁଇ ଅନୁଷ୍ଠାନକୁ ସରକାର ଯେତିକି ଗୁରୁତ୍ୱ ଦେବା କଥା ,ସେତିକି ଦେଉନଥିବା ଦେଖିବାକୁ ମିଳିଛି।ସ୍ୱରାଜ ଆଶ୍ରମ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି ସରକାର ଚୁପ ବସି ପଡିଥିବାବେଳେ,ଦୀର୍ଘ କିଛି ବର୍ଷ ଧରି ନେତାଜୀ ଜନ୍ମ ସ୍ଥାନର ବିକାଶ ପ୍ରତି ସରକାର ଆଖି ବୁଜି ଦେଇଛନ୍ତି।ଏ କ୍ଷେତ୍ରରେ ପ୍ରଶାସନର ଭୂମିକାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।କଟକରୁ ନାରାୟଣ ସାହୁ ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.