ETV Bharat / city

ଜଗତପୁରରେ ଚାଞ୍ଚଲ୍ୟ: କାନ୍ଥ କଣା କରି ଦୁର୍ବୃତ୍ତ ଲୁଟି ନେଲେ ସୁନାଗହଣା - କଟକ ଲୁଟ୍ ନ୍ୟୁଜ

କାନ୍ଥକଣା କରି ଅଳଙ୍କାର ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ । କଟକ ଜଗତପୁର ଅଞ୍ଚଳରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

କାନ୍ଥ କଣା କରି ଦୁର୍ବୃତ୍ତ ଲୁଟି ନେଲେ ସୁନାଗହଣା

author img

By

Published : Dec 5, 2020, 1:00 PM IST

କଟକ: କାନ୍ଥକଣା କରି ଅଳଙ୍କାର ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ । କଟକ ଜଗତପୁର ଅଞ୍ଚଳରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି । ଆଇ.ବି ରୋଡରେ ଥିବା ଏକ ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ଦୁର୍ବୃତ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନର ପଛ ପଟ କାନ୍ଥକୁ କଣା କରି ଦୋକାନରେ ପଶିଥିଲେ । ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ରୁପା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବରପାଇ ଜଗତପୁର ପୋଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଛି ।

କାନ୍ଥ କଣା କରି ଦୁର୍ବୃତ୍ତ ଲୁଟି ନେଲେ ସୁନାଗହଣା

ତେବେ ଦୋକାନକୁ ପ୍ରବେଶ କରିଥିବା ଲୁଟେରାମାନେ ମୁହଁ ଘୋଡ଼ାଇଥିଲେ ଏବଂ ଲୁଟ କରିବା ପୂର୍ବରୁ ଦୋକାନର ସିସିଟିଭିର ସଂଯୋଗକୁ କାଟି ଦେଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ଏହି ଲୁଟ୍ ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.