ETV Bharat / city

ବାଦାମବାଡ଼ିରୁ 2 ଗଞ୍ଜେଇ ମାଫିଆ ଗିରଫ

କନ୍ଧମାଳରୁ କଟକ ଗଞ୍ଜେଇ ଚାଲଣ ବେଳେ 2 ମାଫିଆଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।

author img

By

Published : May 25, 2019, 5:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: କଟକ ବାଦାମବାଡ଼ି ଅଞ୍ଚଳରୁ 2 ଗଞ୍ଜେଇ ବ୍ୟବସାୟୀ ଗିରଫ । ପାଟ୍ରୋଲିଂ ସମୟରେ ଗିରଫ କଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଉଭୟଙ୍କ ନିକଟରୁ 36 କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ । ଉଭୟ ଅଭିଯୁକ୍ତ ହେଲେ ବ୍ରହ୍ମପୁର ଅଞ୍ଚଳର ସିକା ସୁଶାନ୍ତ ଡୋରା ଓ ଲକ୍ଷ୍ମଣ ପ୍ରଧାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲଙ୍କ ସୂଚନାନୂଯାୟୀ, ବାଦାମବାଡି ଅଞ୍ଚଳରେ ପାଟ୍ରୋଲିଂ ସମୟରେ ଏହି 2 ଦୁର୍ବୃତ୍ତଙ୍କ ସନ୍ଧାନ ପାଇଥିଲା ବିଭାଗ । ଗିରଫ ଅଭିଯୁକ୍ତ କନ୍ଧମାଳ ଅଞ୍ଚଳରୁ କଟକ ଗାନ୍ଧି ପଲି ଅଞ୍ଚଳକୁ 36 କେଜି ଗଞ୍ଜେଇ ଚାଲଣ କରୁଥିବା ଖବରପାଇ ଉଭୟଙ୍କୁ ଗିରଫ କରିଥିଲା ବିଭାଗ । ତେବେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 4 ଲକ୍ଷରୁ ଊର୍ଦ୍ଧ୍ଵ ବୋଲି ଜଣାପଡିଛି ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଜିକଲି ଏହି ଅବକାରୀ ସାମଗ୍ରୀରେ ବେଶ ସଂଶ୍ଲିଷ୍ଟ ରହୁଛନ୍ତି ଯୁବସମାଜ ଓ ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ । ତେବେ ନିକଟରେ ଜଣେ ମହିଳାଙ୍କୁ ମୋହରା କରି ଏହି ତମାମ ବ୍ୟବସାୟ କରାଯାଉଥିଲା । କିନ୍ତୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ସମସ୍ତ ଯୋଜନାକୁ ପଣ୍ଡ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.