କଟକ: କମିଶନରେଟ ପୋଲିସ ଟିମ୍ ହାତରେ ଧରା ପଡ଼ିଛି କୁଖ୍ୟାତ ଅପରାଧୀ ସକିଲ ଅହମ୍ମଦ । ଦୀର୍ଘଦିନ ଧରି ପୋଲିସ ସହ ଲୁଚକାଳି ଖେିଳି ଆସୁଥିଲା ଏହି ଗ୍ୟାଙ୍ଗଷ୍ଟାର । ବହୁ ଖୋଜାଖୋଜି ପରେ ଶେଷରେ ପୋଲିସ ତାକୁ ଗିରଫ କରିଛି ।
ସୂଚନାଯୋଗ୍ୟ, ସକିଲ ଅହମ୍ମଦ(ପୁରା ନାମ) ଜଣେ ପେସାଦାର ଅପରାଧୀ । ପୂର୍ବରୁ ମଧ୍ୟ ତା ନାଁରେ ହତ୍ୟା, ରାହଜାନି ଭଳି ଅନେକ ମାମଲା ରହିଛି । ତେବେ ନିକଟରେ ହୋଇଥିବା ମାରପିଟ୍ ଘଟଣାର ଅଭିଯୋଗ ମୁତାବକ ପୋଲିସ ତାକୁ ଖୋଜୁଥିଲା । ଶେଷରେ ସକିଲ ଏବଂ ତାର ଅନ୍ୟ ପାଞ୍ଚଜଣ ସାଥିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।
ସଦର ଥାନା ଭାଣପୁର ଅଞ୍ଚଳରୁ ଅପରାଧୀକୁ ପୋଲିସ ଗିରଫ କରିଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, ସକିଲ ଇଦ ପାଳିବା ପାଇଁ ଭାଣପୁର ଆସିଥିବାର ଖବର ପାଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ । ସେମାନଙ୍କ ଠାରୁ ବନ୍ଧୁକ ଏବଂ ଅଫୁଟା ଗୁଳି ମଧ୍ୟ ପୋଲିସ ଜବତ କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ