ETV Bharat / city

କୋଭିଡ ପଜିଟିଭ ପରେ ହାଇଦରର ରିମାଣ୍ଡ ସ୍ଥଗିତ

author img

By

Published : Apr 17, 2021, 7:16 AM IST

Updated : Apr 17, 2021, 9:10 AM IST

ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର କୋରୋନା ପଜିଟିଭ । ଆଣ୍ଟିଜେନ ଟେଷ୍ଟ ପରେ ଏବେ ଆରଟିପିସିଆର ରିପୋର୍ଟ ପଜିଟିଭ ଆସିଛି । ଅଧିକ ପଢନ୍ତୁ...

ହାଇଦର କୋଭିଡ ପଜିଟିଭ
ହାଇଦର କୋଭିଡ ପଜିଟିଭ

କଟକ: ଗ୍ୟାଙ୍ଗଷ୍ଟର ସେକ ହାଇଦର କୋରୋନା ସଂକ୍ରମିତ । ଆଣ୍ଟିଜେନ ପରେ ଆରଟିପିସିଆର ରିପୋର୍ଟ ମଧ୍ୟ ପଜିଟିଭ । କୋରୋନା ଆକ୍ରାନ୍ତ ହେବା ପରେ ହାଇଦର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି । ଆଜି ସକାଳ 7 ଠାରୁ ହାଇଦରର 7 ଦିନିଆ ରିମାଣ୍ଡ ଆରମ୍ଭ ହେଉଥିଲା ।

ସୂଚନାଯୋଗ୍ୟ, ଗତକାଲି ହାଇଦରକୁ ହାଇଦ୍ରାବାଦରୁ ଓଡିଶାକୁ ଅଣାଯାଇଥିଲା । ଭୁବନେଶ୍ବର ବିମାନ ବନ୍ଦରରେ ତାର କୋରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିଛି । ତେବେ ଏବେ ହାଇଦର ସଂସ୍ପର୍ଶରେ ଆସିଥିବା କଟକ ଡିସିପି ପୋଲିସ ଠାରୁ କମିଶନରେଟ ପୋଲିସ ସମସ୍ତଙ୍କ ହୋଇପାରେ କୋଭିଡ ଟେଷ୍ଟ ।

ଗତ ଗୁରୁବାର ଦିନ ହାଇଦରକୁ ହାଇଦ୍ରାବାଦରୁ ଧରିବାରେ ସଫଳ ହୋଇଥିଲା କମିଶନରେଟ ପୋଲିସ । କମିଶନରେଟ ପୋଲିସ ତାକୁ ରିମାଣ୍ଡରେ ଆଣି କାହିଁକି ଫେରାର ହୋଇଥିଲା, ଓ ଫେରାର ପଛରେ କେଉଁମାନେ ସହଯୋଗୀ ରହିଥିଲେ ସେନେଇ ପଚାରଉଚରା କରିଥାନ୍ତା । ବର୍ତ୍ତମାନ କାର୍ଯକାରୀ ହେବ ନାହିଁ ହାଇଦରର ରିମାଣ୍ଡ ନିର୍ଦ୍ଦେଶ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 17, 2021, 9:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.