କଟକ: ସକିଲ ପରେ ଏବେ ଆରିଫ । ଚୌଦ୍ବାର ଜେଲରୁ ପୁଣି ଅପରାଧର ଷଡଯନ୍ତ୍ର । କଟକ ଅପରାଧ ନେଟଓ୍ବାର୍କରେ ପୁଣି ଆସିଲା ମହିଳାଙ୍କ ସମ୍ପୃକ୍ତି । କୁଖ୍ୟାତ ଅପରାଧୀ ଆରିଫର ମା’ ଜୋହରା ବିବି ଗିରଫ । ଜଗତପୁରରେ ବ୍ୟବସାୟୀଙ୍କୁ ଲୁଟ ଷଡଯନ୍ତ୍ରରେ ସାମିଲ ଥିଲେ ଜୋହରା ।
ଲୁଟ ଘଟଣାରେ ଜୋହରାଙ୍କ ସହ ଆରିଫର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛି। ଏଥିସହ ତାଙ୍କ ଠାରୁ ୨୦ହଜାର ନଅ ଶହ ୭୦ ଟଙ୍କା ଜବତ କରିବା ସହ ଜୋହରା ବିବିଙ୍କ ପାସପୋର୍ଟ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଡି-ବଦର୍ସ ଲିଙ୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛି ଆରିଫ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ