ETV Bharat / city

ରାଜଧାନୀ ଉପକଣ୍ଠ ଜୁଆଆଡ୍ଡାରେ ଚଢାଉ, ୮ ଗିରଫ

author img

By

Published : May 16, 2022, 1:59 PM IST

ରାଜଧାନୀ ଉପକଣ୍ଠ ଟୋଲକପଡା ଜୁଆଆଡ୍ଡା ଉପରେ ପୋଲିସର ଚଢାଉ । ୮ ଜଣଙ୍କୁ ଗିରଫ ସହ ନଗଦ ଟଙ୍କା, ମୋବାଇଲ ଫୋନ ଏବଂ ମଟର ସାଇକେଲ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ରାଜଧାନୀ ଉପକଣ୍ଠ ଜୁଆଆଡ୍ଡାରେ ଚଢାଉ
ରାଜଧାନୀ ଉପକଣ୍ଠ ଜୁଆଆଡ୍ଡାରେ ଚଢାଉ

ନଆଳି: ରାଜଧାନୀ ଉପକଣ୍ଠ ଟୋଲକପଡା ଜୁଆଆଡ୍ଡା ଉପରେ ପୋଲିସର ଚଢାଉ । ୮ ଜଣଙ୍କୁ ଗିରଫ ସହ ନଗଦ ଟଙ୍କା, ମୋବାଇଲ ଫୋନ ଏବଂ ମଟର ସାଇକେଲ ଜବତ କରିଛି ପୋଲିସ । ନିଆଳି ବାଲିଅନ୍ତା ପୋଲିସକୁ ଏହି ସଫଳତା ମିଳିଛି । ଦୀର୍ଘ ଦିନ ହେବ ବେଆଇନ ଭାବରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ କରି ଗ୍ରାହକ ଓ ଆୟୋଜନମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ବାଲିଅନ୍ତା ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ତଥା ବାଲିଅନ୍ତା ଥାନା ସତ୍ୟଭାମା ପଞ୍ଚାୟତ ଟୋଲକପଡା ନିକଟରେ ଦୀର୍ଘ ଦିନ ଧରି ବେଆଇନ ଭାବରେ ଚାଲି ଆସୁଥିଲା ଜୁଆଆଡ୍ଡା ।

ରାଜଧାନୀ ଉପକଣ୍ଠ ଜୁଆଆଡ୍ଡାରେ ଚଢାଉ

ଖବର ପାଇ ଚଢ଼ାଉ କରିବା ସହ ଆୟୋଜକ, ଗ୍ରାହକ, ୬ଟି ମୋବାଇଲ ଫୋନ, 3ଟି ମଟର ସାଇକେଲ, ନଗଦ ୬୦ ହଜାର ଟଙ୍କା ସମେତ ସୁନାମୁଦି ପୋଲିସ ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଗୋତଲ ଗ୍ରାମର ଦୁଇଜଣ କାଳନ୍ଦି ପ୍ରଧାନ ଏବଂ ଅନାମ ନାଥ, ଭିଙ୍ଗାରପୁର ଗାଁର ଶଙ୍କର ସାହୁ, ବାରିଲୋ ଗାଁର କାସିନାଥ ପାଲ ଓ ସୁଶାନ୍ତ ମଲିକ ସେହିପରି ଟୋଲକପଡାରର ପ୍ରଣବ ସିଂଦେଓ, ଇନ୍ଧରା ଗାଁର ପ୍ରମୋଦ କୁମାର ରାଉତ ଏବଂ ବଡଗଡ ଅଞ୍ଚଳର ଅଜୟ କୁମାର ଜେନା ପ୍ରମୁଖଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ଉପରୋକ୍ତ ଜିନିଷ ଜବତ ହୋଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.