ETV Bharat / city

ଜଗତସିଂହପୁର ବ୍ୟବସାୟୀଙ୍କୁ ହତ୍ୟା ମାମଲା: ୪ ଡକାୟତ ଗିରଫ, ନଗଦ ଟଙ୍କା ଜବତ - Four dacoit arrested in cuttack

ବ୍ୟବସାୟୀ କ୍ଷୀରୋଦ ସାହୁଙ୍କୁ ଗୁଳି ମାଡ଼ ଓ ଲୁଟ୍‌ ଘଟଣାରେ ଏକ 4 ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ ଗିରଫ କଲା କନ୍ଦରପୁର ପୋଲିସ । ଦୁଇ ଦିନ ପୂର୍ବେ ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ରାକାକୁ ଏନକାଉଣ୍ଟର କରିଥିଲା ପୋଲିସ । ଅଧିକ ପଢ଼ନ୍ତୁ...

ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ୪ ଡକାୟତ ଗିରଫ
ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ୪ ଡକାୟତ ଗିରଫ
author img

By

Published : Oct 18, 2021, 8:30 PM IST

କଟକ: ବ୍ୟବସାୟୀ କ୍ଷୀରୋଦ ସାହୁଙ୍କୁ ଗୁଳି ମାଡ଼ ଓ ଲୁଟ୍‌ ଘଟଣାରେ ଏକ 4 ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ ଗିରଫ କଲା କନ୍ଦରପୁର ପୋଲିସ । ଦୁଇ ଦିନ ପୂର୍ବେ ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ରାକାକୁ ଏନକାଉଣ୍ଟର କରିଥିଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛି କୁଖ୍ୟାତ ଡକାୟତ ସାଗର ମାଲିକ ।

ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ୪ ଡକାୟତ ଗିରଫ

ଗତ ସେପ୍ଟେମ୍ବର 9 ତାରିଖରେ ଜଗତସିଂହପୁର ବ୍ୟବସାୟୀ କ୍ଷୀରୋଦ ସାହୁ ମାଲଗୋଦାମ ଆସୁଥିବାବେଳେ କନ୍ଦରପୁର ନିକଟରେ ଦୁର୍ବୃତ୍ତମାନେ କ୍ଷୀରୋଦଙ୍କୁ ଗୁଳି କରିଥିଲେ । ଏହାପରେ ତାଙ୍କ ନିକଟରୁ ପ୍ରାୟ ଏକ ଲକ୍ଷ ଟଙ୍କା ଲୁଟ କରି ନେଇଥିଲେ । ଏହାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ପୋଲିସ ।

କଟକ କମିଶନରେଟ ପୋଲିସ ଦୁଇ ଦିନ ପୂର୍ବେ ଫେରାର ଥିବା ଅଭିଯୁକ୍ତ ରାକାକୁ ଏନକାଉଣ୍ଟର କରିଥିଲା । ଆଜି ଅନ୍ୟ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଡକାୟତଙ୍କ ନିକଟରୁ ଲୁଟ୍‌ ହୋଇଥିବା ଟଙ୍କା ମଧ୍ୟରୁ 16 ହଜାର ଟଙ୍କା ସହ ଦୁଇଟି ବାଇକ ଜବତ କରିଛି ପୋଲିସ । ଏହି କୁଖ୍ୟାତ ଡକାୟତଙ୍କୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି କହିଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.