ETV Bharat / city

OPID କୋର୍ଟରେ ହାଜର ପରେ ଜେଲ୍ ଗଲେ ଏମଭି ପ୍ରସାଦ - ଏମଭି ପ୍ରସାଦ କୋର୍ଟରେ ହଜାର

ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ OPID କୋର୍ଟରେ ହାଜର ପରେ ଏବେ ଚୌଦ୍ବାର ଜେଲ ଗଲେ ଆନ୍ଧ୍ରର ପୂର୍ବତନ ବିଧାୟକ ଏମଭି ପ୍ରସାଦ । ବିଶାଖାପଟଣାରୁ ଗିରଫ କରିଥିଲା EOW । ଅଧିକ ପଢନ୍ତୁ...

OPID କୋର୍ଟରେ ହଜାର ହେଲେ ଏମଭି ପ୍ରସାଦ
OPID କୋର୍ଟରେ ହଜାର ହେଲେ ଏମଭି ପ୍ରସାଦ
author img

By

Published : Sep 7, 2021, 5:29 PM IST

Updated : Sep 7, 2021, 8:32 PM IST

କଟକ/ଭୁବନେଶ୍ବର: ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟରେ(OPID) ହାଜର ହେଲେ ଆନ୍ଧ୍ରର ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦ । ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ଏମଭି ପ୍ରସାଦ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା (EOW) ଆଇପିସିର ଧାରା ୪୨୦, ୪୦୬, ୪୬୭, ୪୬୮, ୪୭୧,୧୨୦ ବି, ୪, ୫, ୬, ପିସି ଓ ଏମସି ଆକ୍ଟ ସହ ୧୯୭୮ ଓପିଆଇଡି ଆକ୍ଟରେ ବିଶାଖାପାଟଣାରୁ ତାଙ୍କୁ ଗିରଫ କରିଛି । ଏମଭି ପ୍ରସାଦଙ୍କୁ ଓପିଆଇଡି କୋର୍ଟରେ ହାଜର ପରେ ଚୌଦ୍ବାର ଜେଲକୁ ପଠାଯାଇଛି । ତାଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ସୋମବାର ଦିନ କରାଯିବା ନେଇ ସୂଚନା ମିଳିଛି ।

OPID କୋର୍ଟରେ ହାଜର ପରେ ଜେଲ୍ ଗଲେ ଏମଭି ପ୍ରସାଦ

୫୨ ବର୍ଷୀୟ ଏହି ବିଧାୟକ ଆନ୍ଧ୍ରର ଓ୍ବାଇ ଏସ ଆର ଦଳର ସକ୍ରିୟ ନେତା ଥିଲେ । ଆନ୍ଧ୍ରର ପଶ୍ଚିମ ଜୋନ ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ଥିଲେ । ଓଡିଶାରେ ସମ୍ବଲପୁର ଧନୁପାଲ୍ଲିରେ ମଧ୍ୟ ତାଙ୍କ ନାଁରେ କେସ ରହିଛି । ଯାହାର ଚାର୍ଜସିଟ ହୋଇସାରିଛି।

OPID କୋର୍ଟରେ ହଜାର ହେଲେ ଏମଭି ପ୍ରସାଦ

ସୂଚନା ଅନୁଯାୟୀ, ଏବେ ବି ଏମଭି ପ୍ରସାଦଙ୍କ ଭାଇଜାକସ୍ଥିତ ବାସଭବନରେ ଚଢାଉ ଜାରି ରହିଛି । ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଓ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି । ୨୦୦୧ ମସିହାରେ ଏମ ଭି ପ୍ରସାଦ ୱେଲ୍ ଫେୟାର ନାମକ ଏକ ସଂସ୍ଥା ଖୋଲିଥିଲେ । ଏହାର ଶାଖା ଓ ବ୍ୟବସାୟ ସାରା ଦେଶରେ ଥିଲା । ପରେ ୨୦୦୯ରେ ସେ ସଂସ୍ଥାର ନାମ ବଦଳାଇ ୱେଲ ଫେୟାର ବିଲଡିଂ ଆଣ୍ଡ କନଷ୍ଟ୍ରକସନ୍ ରଖିଥିଲେ ।

OPID କୋର୍ଟରେ ହାଜର ହେଲେ ଆନ୍ଧ୍ରର ପୂର୍ବତନ ବିଧାୟକ ଏମଭି ପ୍ରସାଦ

ସାରା ଦେଶରୁ ଏହି କମ୍ପାନୀ ପ୍ରାୟ ଦେଢ ହଜାର କୋଟି ଟଙ୍କା ନିବେଶକଙ୍କ ଠାରୁ ଠକେଇ କରିଛି । ୨୦୧୬ରେ ସିବିଆଇ ମଧ୍ୟ ଏହି ଠକେଇର ତଦନ୍ତ କରିଥିଲା । ସେହି ସମୟରେ ତାଙ୍କ ନିକଟରୁ ନଗଦ ୪୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଏହାପରେ ୨୦୧୯ ମସିହାରେ ଏମଭି ପ୍ରସାଦଙ୍କ ବିରୁଦ୍ଧରେ କଟକ ଓ ଭୁବନେଶ୍ବରର ଥାନାରେ ଅଭିଯୋଗ ହୋଇଥିଲା । ପରେ ମାମଲା EOW ନେଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 7, 2021, 8:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.