କଟକ: ଆସନ୍ତା 8 ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଆଜି ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ଆସନ୍ତା 10 ତାରିଖରୁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫର୍ମ ପୂରଣର ସମସ୍ତ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହେବ ।
ଆସନ୍ତା 10 ତାରିଖରୁ ଅନଲାଇନ ମାଧ୍ୟମରେ ଆରମ୍ଭ ହେବ ଫର୍ମ ପୂରଣ । ଜାନୁଆରୀ ୨୭ ଫି ଦାଖଲର ଶେଷ ତାରିଖ । ବିନା ଜୋରିମାନରେ ଫର୍ମ ପୂରଣର ଶେଷ ତାରିଖ ଜାନୁଆରୀ ୨୮ । ଜୋରିମାନା ସହ ଫର୍ମ ଦାଖଲର ଶେଷ ତାରିଖ ୨ ଫେବୃଆରୀ ।
ସୂଚନାଯୋଗ୍ୟ, ଜାନୁଆରୀ 8 ତାରିଖରୁ ରାଜ୍ୟରେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ । ଉଭୟ କ୍ଲାସ ପାଇଁ 100 ଦିନ ପାଠପଢା ହେବ । ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ । ଏହି ଦିନ ମଧ୍ୟ କ୍ଲାସ ଚାଲୁ ରହିବ । ଦଶମ ଶ୍ରେଣୀ ପିଲାଙ୍କ ଜାନୁଆରୀ 8 ରୁ ଏପ୍ରିଲ 26 ପାଠପଢା ହେବ । ଦ୍ବାଦଶ ପିଲାଙ୍କ ପାଇଁ ଜାନୁଆରୀ 8ରୁ ଏପ୍ରିଲ 28 ଯାଏଁ ପାଠପଢା ଚାଲୁ ରହିବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ