କଟକ: ସହରରେ ଜୋରଦାର ହେବାରେ ଲାଗିଛି ବେଆଇନ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା । ଆଜି(ଗୁରୁବାର) କଟକ ସହରର ପ୍ରମୁଖ ସ୍ଥାନ ବାଦାମ ବାଡ଼ି ଠାରୁ ମଧୁପାଟଣା ଥାନା ପର୍ଯ୍ୟନ୍ତ ବାମ ପାର୍ଶ୍ଵରେ ଥିବା ସମସ୍ତ ଜବରଦଖଲକୁ ଉଚ୍ଛେଦ କରାଯାଇଛି ।
ପ୍ରଥମେ ବାଦାମ ବାଡ଼ି ଛକ ନିକଟରେ ଥିବା ଦୋକାନ ଗୁଡିକୁ ଭଙ୍ଗା ଯାଇଥିଲା ତାପରେ ସେହି କଡରେ ସରକାରୀ ଜାଗାକୁ ଅବରୋଧ କରିଥିବା ସବୁ ଦୋକାନ ଗୁଡିକୁ ଭଙ୍ଗା ଯାଇଥିଲା । କଟକ ମହାନଗର ନିଗମର ବରିଷ୍ଠ ଅଧିକାରୀଙ୍କ ସହ ସିଡିଏର ଅଧିକାରୀ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ । ସୁରକ୍ଷା ଦୃଷ୍ଟିକୋଣରୁ ଏକ ପ୍ରକାରର ପୋଲିସ ଛାଉଣୀରେ ପରିଣତ ହୋଇଥିଲା ସମଗ୍ର ଅଞ୍ଚଳ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ