ETV Bharat / city

ବାଲିପାଟଣା ହତ୍ୟା ଘଟଣା: ମୃତକଙ୍କ ଭଉଣୀକୁ ଏକତରଫା ପ୍ରେମ କରୁଥିଲା ମୁଖ୍ୟ ଅଭିଯୁକ୍ତ !

ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା ଘଟଣା । ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ରାଜା ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ । ମୃତକଙ୍କ ଭଉଣୀକୁ ଏକ ତରଫା କରୁଥିଲା ମୁଖ୍ୟ ଅଭିଯୁକ୍ତ ! ଅଧିକ ପଢନ୍ତୁ

ବାଲିପାଟଣା ହତ୍ୟା ଘଟଣା: ମୃତକଙ୍କ ଭଉଣୀକୁ ଏକତରଫା ପ୍ରେମ କରୁଥିଲା ମୁଖ୍ୟ ଅଭିଯୁକ୍ତ !
ବାଲିପାଟଣା ହତ୍ୟା ଘଟଣା: ମୃତକଙ୍କ ଭଉଣୀକୁ ଏକତରଫା ପ୍ରେମ କରୁଥିଲା ମୁଖ୍ୟ ଅଭିଯୁକ୍ତ !
author img

By

Published : Jul 8, 2022, 6:39 PM IST

Updated : Jul 8, 2022, 8:29 PM IST

ନିଆଳି : ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା ଘଟଣା । ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ରାଜା ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ । ଅଧିକ ପଚରାଉଚରା ମଧ୍ୟ ଜାରି ରଖିଛି ।

ଅଭିଯୁକ୍ତ ତାର ଦୋଷ ମଧ୍ୟ ସ୍ୱୀକାର କରିଥିବା ମଧ୍ୟ ସୂଚନା ମିଳିଛି । ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସହ ରାଜା ସହ ତାର ୨ ଜଣ ସହଯୋଗୀ ମିଶି ଆଶିଷ ଓଝାଙ୍କୁ ହତ୍ୟା କରିଛନ୍ତି । ଆଶିଷର ଭଉଣୀକୁ ରାଜା ଏକତରଫା ପ୍ରେମ କରୁଥିଲା ।

ଭଉଣୀର ବିବାହ ସ୍ଥିର ପରେ ଆଶିଷକୁ ହତ୍ୟା କରିବାକୁ ରାଜା ଯୋଜନା କରିଥିଲା । ବିବାହର ଦିନକ ପୂର୍ବରୁ ଯୋଜନାବଦ୍ଧ ଭାବେ ଆଶିଷକୁ ହତ୍ୟା କରିଥିଲା ରାଜା । ଏବେ ବି ଜଣେ ଅଭିଯୁକ୍ତ ଫେରାର୍ ରହିଛି । ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍ ଚଢାଉ ଜାରି ରଖିଛି ।

ଏହାବି ପଢନ୍ତୁ: ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା: ପୂର୍ବ ଶତୃତାରୁ ହତ୍ୟାକାଣ୍ତ !

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଶିଶିଲୋ ଅଞ୍ଚଳର ପ୍ରମୋଦ କୁମାର ଓଝାଙ୍କ ବଡ ପୁଅ ଆଶିଷ କୁମାର ଓଝା (୨୨)ଙ୍କୁ କିଛି ଦୃର୍ବୁ୍ତ୍ତ ଘରୁ ଡାକି ନେଇଥିଲେ । ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ବାଲିପାଟଣା ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ଆରମ୍ଭ କରିଥିଲା ଖୋଳତାଡ଼ । ଗୁରୁବାର ସକାଳୁ ଶିଶୋଲ ବୋଧଖଣ୍ତି ବ୍ରିଜ ନିକଟ ଧାନ ବିଲ ଠାରେ ଆଶିଷଙ୍କ ମୃତଦେହ ଠାବ କରିଥିଲା ପୋଲିସ । ଆଶିଷଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ପୋଲିସ କହିଥିଲା ।‌

ଇଟିଭି ଭାରତ, ନିଆଳି

Last Updated : Jul 8, 2022, 8:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.