ETV Bharat / city

ଭାରତ-ଚୀନ ସୀମା ଜଗିବେ ଅଁଳୋର ଅଲିଅଳି ଜ୍ୟୋସ୍ନା ! ଅଞ୍ଚଳ ପାଇଁ ଆଣିଲେ ଗୌରବ

author img

By

Published : Nov 8, 2021, 3:47 PM IST

କଟକ ଜିଲ୍ଲା ନିଆଳି ବ୍ଲକ ଅଁଳୋ ଗାଁର ସୁନା ଝିଅ ଜ୍ୟୋସ୍ନାରାଣୀ । ସୀମା ସୁରକ୍ଷା ପାଇଁ ଆଇଟିବିପିରେ ନିଯୁକ୍ତି ପାଇଛନ୍ତି ସେ । ଅଞ୍ଚଳର ପ୍ରଥମ ଝିଅ ଭାବରେ ସୀମା ସୁରକ୍ଷାବାହିନୀରେ ଚାକିରୀ ପାଇ ଗାଁ ଓ ପରିବାରକୁ ଗର୍ବିତ କରିଛନ୍ତି ଜ୍ୟୋସ୍ନା । ଅଧିକ ପଢନ୍ତୁ...

ସୀମା ଜଗିବେ ନିଆଳିର ସୁନା ଝିଅ ଜ୍ୟୋସ୍ନାରାଣୀ ସେଠୀ

କଟକ: ଜ୍ୟୋସ୍ନାରାଣୀ ସେଠୀ । ବୟସ ୨୩ ବର୍ଷ । ଦାୟିତ୍ବ କିନ୍ତୁ ବହୁତ ବଡ । ଯେଉଁ ଦାୟିତ୍ବ ନେବା ଅନେକଙ୍କ ସ୍ବପ୍ନ ଥାଏ । କଟକ ଜିଲ୍ଲା ନିଆଳି ବ୍ଲକ ଅଁଳୋ ଗାଁର ସୁନା ଝିଅ ଜ୍ୟୋସ୍ନାରାଣୀ । ସୀମା ସୁରକ୍ଷା ପାଇଁ ଆଇଟିବିପିରେ ଚାକିର ପାଇଛନ୍ତି ସେ । ଅଞ୍ଚଳର ପ୍ରଥମ ଝିଅ ଭାବରେ ସୀମା ସୁରକ୍ଷାବାହିନୀ ଭାବରେ ଚାକିରି ପାଇ ଗାଁ ଓ ପରିବାରକୁ ଗର୍ବିତ କରିଛନ୍ତି ଜ୍ୟୋସ୍ନା ।

ଭାରତ-ଚୀନ ସୀମା ଜଗିବେ ଅଁଳୋର ଅଲିଅଳି ଜ୍ୟୋସ୍ନା !

ପିଲାଟି ଦିନୁ ଦେଶ ସେବା ପାଇଁ କିଛି ଗୋଟେ କରିବାର ସ୍ବପ୍ନ ଦେଖିଥିଲେ ଜ୍ୟୋସ୍ନା । ସ୍ବପ୍ନକୁ ସାକାର କରିବାକୁ ଆରମ୍ଭ କରିଥିଲେ ପ୍ରୟାସ । ୨୦୧୮ ମସିହାରେ ଅଡଶପୁର କଲେଜରେ ଗ୍ରାଜୁଏସନ ପାସ କରିଥିଲେ ଜ୍ୟୋସ୍ନା । ୨୦୧୯ରେ ଆଇଟିବିପି ବା ଇଣ୍ତୋ ତିବେତାନ ସୀମା ସୁରକ୍ଷାର ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ପରେ ୨୦୨୦ରେ ଭୌତିକ ଓ ଶାରିରୀକ ପ୍ରଶିକ୍ଷଣ ନେବା ପରେ ଭାରତୀୟ ସୁରକ୍ଷାବାହିନୀରେ ନିଯୁକ୍ତି ପାଇଛନ୍ତି। ଏବେ ହରିୟାଣା ପଞ୍ଚକୁଲାରେ ପ୍ରଶିକ୍ଷଣ ନେଉଛନ୍ତି ଜ୍ୟୋସ୍ନା । ବନ୍ଧୁକ ଚାଳନା, ବୋମା ବିସ୍ଫୋରଣ କରିବା ପରି ବିଭିନ୍ନ ଋଣ କୌଶଳ ପ୍ରଶିକ୍ଷଣ ନେଉଛନ୍ତି ସେ। ଅଞ୍ଚଳରେ ପ୍ରଥମ ମହିଳା ଭାବରେ ଦେଶ ପାଇଁ ସୀମାରେ ସୁରକ୍ଷାବାହିନୀ ଭାବରେ କାର୍ଯ୍ୟ କରିବାର ସୌଭାଗ୍ୟ ଲାଭ କରିଥିବା କହିଛନ୍ତି ଜ୍ୟୋସ୍ନା । ସୀମାରେ ଦେଶ ପାଇଁ ଲଢି ଆତଙ୍କିମାନଙ୍କୁ ବନ୍ଧୁକ ମୁନରେ କଡା ଜବାବ ଦେବାକୁ ପୁରା ପ୍ରସ୍ତୁତ ଜ୍ୟୋସ୍ନା ।

ବାପା ବୋଉ ଓ ଭାଇ ଭଇଣୀଙ୍କୁ ମିଶାଇ ପାଞ୍ଚ ପ୍ରାଣୀ । ଜ୍ୟୋସ୍ନାଙ୍କ ବାପା ଜଣେ ବସ ଡ୍ରାଇଭର । ସମସ୍ତଙ୍କୁ ପାଠପଢାଇ ମଣିଷ କରିବାରେ କୌଣସି ଉଣା କରିନାହାନ୍ତି ଜ୍ୟୋସ୍ନାଙ୍କ ବାପା ପ୍ରସନ୍ନ ସେଠୀ । ଝିଅମାନେ କୌଣସି କାର୍ଯ୍ୟରେ ପୁଅଙ୍କ ଠୁ କମ ନୁହନ୍ତି । ପୁଅଙ୍କ ସହିତ ପାଦରେ ପାଦ ମିଶାଇ ଆଗକୁ ବଢୁଛି ଆଜିର ନାରୀ । ଝିଅ ଦେଶର ନାଁ ରଖିବା ୟାଠୁ ବଡ ଖୁସି ଖବର ଆଉ କଣ ହୋଇପାରେ ବୋଲି ଗର୍ବରେ କହିଛନ୍ତି ପ୍ରସନ୍ନ ସେଠୀ । ଜ୍ୟୋସ୍ନା ସୀମାରେ ନିଯୁକ୍ତି ପାଇବା ପରେ ଆଜି ଗର୍ବ କରୁଛି ତାଙ୍କ ବ୍ଲକ ନିଆଳି ବ୍ଲକ ଓ ଅଁଳୋ ଗାଁ ।

କଟକ ଜିଲ୍ଲାର ବିଭିନ୍ନ ବ୍ଲକର ଅନେକ ବ୍ୟକ୍ତି ସେନାରେ କାର୍ଯ୍ୟ କରି ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି, ଏପରିକି ନିଆଳି ବ୍ଲକ ରତନପୁର ଗାଁର ସହିଦ୍ ମନୋଜ ବେହେରା ମଧ୍ୟ ପୁଲୱାମା ଆକ୍ରମଣରେ ସହିଦ ହୋଇଛନ୍ତି। ଆଁଳୋ ଗାଁର ସୁନା ଝିଅ ଜ୍ୟୋସ୍ନା ଖୁବ କମ ବୟସରେ ସୀମା ସୁରକ୍ଷାବାହିନୀରେ ଯୋଗ ଦେବା ବାସ୍ତବରେ ଅନେକଙ୍କ ପାଇଁ ପ୍ରେରଣା ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.