କଟକ: ସହରର ଜନଗହଳି ପୂର୍ଣ୍ଣ ମଙ୍ଗଳବାଗ ମେଡିକାଲ ରୋଡରେ ଭୟାବହ ଅଗ୍ନିକାଣ୍ଡ। ଶ୍ରୀ ଗୋପାଳ ସର୍ଜିକାଲ ଗୋଦାମରେ ଲାଗିଲା ନିଆଁ । ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଜିନିଷ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟି ସର୍କିଟ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି। ସେପଟେ ନିଆଁକୁ ଆୟତ୍ତ କରିବାକୁ ଲାଗିଥିଲେ 4ଟି ଦମକଳ ବାହିନୀ ।
ଦିନ 12 ଟା ସମୟରେ ଗୋଦାମରେ ନିଆଁ ଲାଗିବାର ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଆଖି ନିମିଷକେ ଧୂଆଁ ହୋଇଯାଇଥିଲା ସମଗ୍ର ଅଞ୍ଚଳ । ଏହି ନିଆଁ ଲିଭା କାମରେ 30 ଊର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହୋଇଥିଲେ । ତେବେ ଏହି ଗୋଦାମର ଅନେକ କେମିକାଲ , କଟନ, ସ୍ପିରିଟ, ହୁଇଲ ଚେୟାର ଓ ଅତ୍ୟାବଶ୍ୟକୀୟ ମେଡିକାଲ ସାମଗ୍ରୀ ନଷ୍ଟ ହୋଇଯାଇଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ