ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ମାମଲା ରୁଜ୍ଜୁ - ଅନୁଭବ ମହାନ୍ତିଙ୍କ ନାମରେ ମାମଲା
ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ । ସୋସିଆଲ ମିଡିଆରେ ଗାଳିଗୁଲଜ ଆଧାରରେ ପୁରୀଘାଟ ଥାନାରେ ଅଭିଯୋଗ ଆଣିଲେ ମନଜିତ୍ ।
କଟକ: ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ । ଅନୁଭବଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ପଡୋଶୀ ମନଜିତ୍ ଦାସ । ସୋସିଆଲ ମିଡିଆ ମାଧ୍ୟମରେ ଅନୁଭବ ଅପପ୍ରଚାର କରୁଥିବା ଦର୍ଶାଇ ତାଙ୍କ ନାମରେ ମାନହାନୀ ମକଦ୍ଦମା ରୁଜ୍ଜୁ କରିଛନ୍ତି ମନଜିତ୍ ।
ଆଇଟି ଆକ୍ଟରେ ଅନୁଭବଙ୍କୁ ଦଣ୍ଡିତ କରିବାକୁ ସେ ଅନୁରୋଧ କରିଛନ୍ତି । ଗାଡି ପାର୍କିଂ ନେଇ ପୂର୍ବରୁ ଅନୁଭବ ମହାନ୍ତି ଓ ତାଙ୍କ ପଡୋଶୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ମନଜିତ୍ଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ଅନୁଭବ । ତାଙ୍କ ଅଭିଯୋଗ ଆଧାରରେ ମନଜିତ୍ଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା ପୋଲିସ ।
ଏବେ ଅନୁଭବ ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ଅଭିଯୋଗ ଆଣି ଅନୁଭବଙ୍କ ନାମରେ ସେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍ , ଇଟିଭି ଭାରତ
Body:No needConclusion: