ETV Bharat / city

FEDA 2021: ଶ୍ରେଷ୍ଠ ଦାନ୍ତ ଡାକ୍ତର ସମ୍ମାନରେ ସମ୍ମାନିତ ହେଲେ ଡାକ୍ତର ଗାରିମା

author img

By

Published : Jun 5, 2021, 7:55 PM IST

ଅଷ୍ଟମ ଜାତୀୟ ଫେମଡେଣ୍ଡ ଏକ୍ସଲେନ୍ସ ଇନ ଡେଣ୍ଟିଷ୍ଟ୍ରି ଆଓ୍ବାର୍ଡସରେ 2021ରେ ବେଷ୍ଟ ଡେଣ୍ଟିଷ୍ଟ ଡାକ୍ତର ର ଆଓ୍ବାର୍ଡ ହାତେଇଛନ୍ତି କଟକର ବେଶ ଜଣାଶୁଣା ଡାକ୍ତର ଗାରିମା ପୋଦାର। ଅଧିକ ପଢନ୍ତୁ...

ବେଷ୍ଟ ଡେଣ୍ଟିଷ୍ଟ ଡାକ୍ତର-2021: ପୁରସ୍କୃତ ହେଲେ ଡାକ୍ତର ଗାରିମା

କଟକ: ଅଷ୍ଟମ ଜାତୀୟ Famedent excellence in dentistry award 2021ରେ ବେଷ୍ଟ ଡେଣ୍ଟିଷ୍ଟ ଡାକ୍ତରର ଆଓ୍ବାର୍ଡ ହାତେଇଛନ୍ତି କଟକର ବେଶ ଜଣାଶୁଣା ଡାକ୍ତର ଗାରିମା ପୋଦାର । ନିଜର ଉଲ୍ଲେଖନୀୟ ଅତ୍ୟାଧୁନିକ ଚିକିତ୍ସା, ଦନ୍ତ ଚିକିତ୍ସାରେ ମାଇକ୍ରୋସ୍କୋପିର ବ୍ୟବହାର ଆଦିରେ ଭାରତର ବହୁ ଦାନ୍ତ ଡାକ୍ତରଙ୍କୁ ପଛରେ ପକାଇ ସେ ଏହି ଟାଇଟେଲ ବିଜୟୀ ହୋଇପାରିଛନ୍ତି । ଯାହାକୁ ନେଇ ସେ ବେଶ ଖୁସି ଅନୁଭଵ କରିବା ସହିତ ନିଷ୍ଠାର ଓ ଅତ୍ୟାଧୁନିକ ପଦ୍ଧତିକୁ ଅନୁସରଣ କରି କାର୍ଯ୍ୟ କଲେ ଡେଣ୍ଟିଷ୍ଟ ସେକ୍ଟରରେ ଜଣେ ଭଲ ଚିକିତ୍ସକ ହୋଇପାରିବ ବୋଲି ଯୁବ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଛନ୍ତି ।

1982 ମସିହାରେ ଜନ୍ମ ଗ୍ରହଣ କରିଥିବା ଡ଼ଃ ପୋଦାର 2005 ମସିହାରେ ଡେଣ୍ଟିସ୍ଟ କୋର୍ସ ପଢ଼ିସାରିବା ପରେ ଶାନ୍ତି ହସ୍ପିଟାଲରେ ନିଜର କ୍ଲିନିକ ଆରମ୍ଭ କରିଥିଲେ । ପରେ ଦନ୍ତ ଚିକିତ୍ସାରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ମାଇକ୍ରୋସ୍କୋପି ବର୍ଦ୍ଧିତ ଦନ୍ତ ଚିକିତ୍ସାକୁ ସେ ବିଶେଷ ଗୁରୁତ୍ବ ଦେଇଆସୁଛନ୍ତି । ଯାହାକୁ ନେଇ ଚଳିତ FEDA2021ରେ ତାଙ୍କୁ ବେଷ୍ଟ ଡେଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି।ଭାରତର ହଜାର ହଜାର ଡେଣ୍ଟିଷ୍ଟ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଡ଼ଃ ପୋଡାରଙ୍କ ଚିକିତ୍ସା ପ୍ରଣାଳୀ FEDAର ଜୁରୀ ମାନଙ୍କୁ ବେଶ ଆକର୍ଷିତ କରିଥିଲା। କୋରୋନା ମହାମାରୀକୁ ନେଇ FEDA ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଏହି ବିଜେତା ଘୋଷଣା କରାଯାଇଛି । 2019ରେ FEDAରେ ଡ଼ଃ ପୋଡାର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚଳିତ ବର୍ଷ ସେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବେଶ ଖୁସି ଅନୁଭବ କରିଛନ୍ତି ଡ଼ଃ ଗାରିମା ପୋଦାର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.