କଟକ: ପୁଣି ଗର୍ଜିଲେ ଚାଷୀ । ଅଧିଗ୍ରହଣ ଜମି ଫେରସ୍ତ ଦାବୀରେ ଆଜି(ବୁଧବାର) ପୁଣି ଗର୍ଜିଛନ୍ତି ଚାଷୀ । କଟକ ନରାଜ ମୁଣ୍ଡୁଳି ନିକଟରେ ଥିବା ମାର୍ଥାପୁର ଓ ନିକଟସ୍ଥ 2 ପଞ୍ଚାୟତର ଚାଷୀ ଅଧିଗ୍ରହଣ ଜମି ଫେରାଇବା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ଆନ୍ଦୋଳନରତ ଚାଷୀ ।
ଚାଷୀଙ୍କ ଅଭିଯୋଗ ଅନୁସାରେ 2006 ମସିହାରେ ଟାଟା କମ୍ପାନୀର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କରିବା ପାଇଁ ପାଖାପାଖି 900 ଏକର ଜମି ଅଧିଗ୍ରହଣ କରିଥିଲେ ରାଜ୍ୟ ସରକାର । ହେଲେ ଟାଟା ସେଠାରେ ପ୍ରକଳ୍ପ କାର୍ଯ୍ୟ ନକରିବାରୁ ଏଯାବତ ଜମିକୁ ମାଡି ବସିଛନ୍ତି ସରକାର । ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ତେଣୁ ଏହି ଦିଗରେ ଯଦି ତୁରନ୍ତ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।
ଇଟିଭି ଭାରତ, କଟକ